ଦିବ୍ରୁଗଡ଼,୧୧।୪: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଆସାମର ଦିବ୍ରୁଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଛନ୍ତି। ଏହି ସମୟରେ ଯେ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ରାହୁଲ ବାବା ବିଦେଶ ଯାଇ ଦେଶକୁ ଖରାପ କରି କହିଛନ୍ତି। ଯଦି ଏମିତି ଆଗକୁ ଜାରି ରହିବ ତେବେ ଦେଶରୁ କଂଗ୍ରେସ ଲୋପ ପାଇଯିବ।
ଶାହା କହିଛନ୍ତି ରାହୁଲ ଗାନ୍ଧୀଙ୍କ ମାଆ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଇ ଦୁଇ ଧାଡି ଲେଖିଦେଇଛନ୍ତି। ହେଲେ କିଛି ହେଲା ନାହିଁ। ତୃତୀୟ ଥର ପ୍ରଧାନମନ୍ତ୍ରୀ ମୋଦି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବେ। ୧୪ ତାରିଖରେ ମୋଦି ଆସାମ ଗସ୍ତ କରୁଛନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ କବର ଖୋଳୁଛନ୍ତି, ହେଲେ ଦେଶର ପ୍ରତିଟି ଜନତା ମୋଦିଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି। ପୂର୍ବୋତ୍ତର କେବେ କଂଗ୍ରେସର ଗଡ ଥିଲା, ହେଲେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପରେ ବି ଏହା ନିର୍ବାଚନରେ ପ୍ରଦର୍ଶନ କରିବାରେ ବିଫଳ ରହିଲା। ଶାହା କହିଛନ୍ତି ଆସାମରେ ପୁଣିଥରେ ଭାଜପା ସରକାର ଗଠନ କରିବ।