Categories: ଜାତୀୟ

ଘରକୁ ଫେରିବେ ଶାହା

ନୂଆଦିଲ୍ଲୀ,୨୯।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ। ଏହି ସୂଚନା ଶନିବାର ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ) ପକ୍ଷରୁ ଦିଆଯାଇଛି। ଏବେ ସେ ସୁସ୍ଥ ହୋଇ ଯାଇଥିବା ବେଳେ ତାଙ୍କୁ ଶୀଘ୍ର ଛୁଟି ଦେଇ ଦିଆଯିବ। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ଥିବା ଶାହା ସୁସ୍ଥ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡି ଯାଇଥିଲା। ଏହାପରେ ୧୮ ଅଗଷ୍ଟରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସୂଚନା ମୁତାବକ ତାଙ୍କର ମୁଣ୍ଡ ବିନ୍ଧା ସହ ୩ ଦିନ ପର୍ଯ୍ୟନ୍ତ ଶାହା ଦୁର୍ବଳ ହୋଇପଡିଥିବା ଅନୁଭବ କରିଥିଲେ। ଏହା ପୂର୍ବରୁ ସେ କରୋନା ଚିକିତ୍ସା ପାଇଁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଅଗଷ୍ଟ ୨ରେ ସେ କରୋନାରେ ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଅଗଷ୍ଟ ୧୪ରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ସେ ପୁଣି ଟୁଇଟ୍‌ କରିଥିଲେ। ଏଥିପାଇଁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ।

Share