ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଜାପୁର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ପୂର୍ବରୁ ଅମିତ ଶାହା କହିଛନ୍ତି, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି ଆକ୍ରମଣରେ ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଯୋଗୁ ଅମିତ ଶାହା ଆସାମରେ ନିର୍ବାଚନ ବାତିଲ କରି ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ ସେ ନକ୍ସଲ ଆକ୍ରମଣ ଉପରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ସୂଚନାଯୋଗ୍ୟ, ଛତିଶଗଡର ବିଜପୁରରେ ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଥିଲେ। ଅନେକ ଯବାନ ଆହତ ହୋଇଛନ୍ତି।