Categories: ଜାତୀୟ

ଜମ୍ମୁ-କଶ୍ମୀର ଗସ୍ତରେ ଶାହ: ଘାଟିରେ ସିଆର୍‌ପିଏଫର ଭିଆଇପି ୟୁନିଟ ମୁତୟନ

ଜମ୍ମୁ,୨୩ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅକ୍ଟୋବର ୨୩ରୁ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ଶୁକ୍ରବାରଠାରୁ ସିଆର୍‌ପିଏଫ୍‌ର ଭିଆଇପି ୟୁନିଟ ଜମ୍ମୁ ପହଞ୍ଚି ସାରିଛନ୍ତି । ରାଲି ସ୍ଥାନରେ ଭଗବତି ନଗର ଗ୍ରାଉଣ୍ଡର ବରିଷ୍ଠ ଅଧିକାରୀ ଗସ୍ତ କରିଛନ୍ତି । ଏହାସହ ସ୍ପେଶାଲ ୟୁନିଟର କମାଣ୍ଡୋ ଏହାକୁ ନିରିକ୍ଷଣ କରିଛନ୍ତି । ଏହି କମାଣ୍ଡୋ ରାଲି ସ୍ଥାନରେ ସମ୍ପୂର୍ଣ୍ଣ ଭାବେ ମୁତୟନ ହେବେ । ବିଶେଷ ଭାବେ ଜମ୍ମୁ-କଶ୍ମୀର ପୋଲିସ ଓ ସିଆରପିଏଫ୍ ରାଲିରେ ଉପସ୍ଥିତ ରହିବେ । ସୁରକ୍ଷା ପାଇଁ ୩ ହଜାର କର୍ମୀ ମୁତୟନ ହୋଇଛନ୍ତି । । ଏସ୍‌ଏସ୍‌ପି ଓ ସିଆରପିଏଫ୍ ଯବାନଙ୍କୁ ସୁରକ୍ଷାରେ ଲଗାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସିଆରପିଏଫର ଭିଆଇପି ୟୁନିଟ ମୁଖ୍ୟତଃ ଷ୍ଟେଜର ସୁରକ୍ଷା ଦାୟିତ୍ୱରେ ରହିବେ । ଏମାନଙ୍କୁ ଜମ୍ମୁ-କଶ୍ମୀର କମାଣ୍ଡୋ ସହାୟତା କରିବେ ।

Share