Categories: ଜାତୀୟ

୮୪ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କଲେ ଶାହା

ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଶିଖ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହାସହ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ବି ଖୁବ ବର୍ଷିଛନ୍ତି।ଶାହା କହିଛନ୍ତି ଭଗଓ୍ବନ୍ତ ମାନଙ୍କ ନିକଟରେ କେଜରିଓ୍ବାଲଙ୍କ ପାଇଁ ସମୟ ଅଛି ହେଲେ ପଞ୍ଜାବାସୀଙ୍କ ପାଇଁ ସମୟ ନାହିଁ। ପଞ୍ଜାବର ଜନତା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, ୧୯୮୪ରେ ଯେଉଁ ନରସଂହାର କଂଗ୍ରେସ ନେତୃତ୍ୱ କରିଥିଲା, ହଜାର ହଜାର ନିର୍ଦ୍ଦୋଷ ଶିଖ ଭାଇ ଭଉଣିଙ୍କ ହତ୍ୟା କରାଯାଇଥିଲା। ୧୯୮୪ରୁ ୨୦୧୪ ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳି ନ ଥିଲା। ଶିଖ ଦଙ୍ଗାର ଦୋଷୀଙ୍କୁ ଜେଲ ପଠାଇବାର କାମ ମୋଦି ସରକାର କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ମୋଦି ସରକାରଙ୍କ ୯ବର୍ଷ ପୂରଣ ହେବା ଅବସରରେ ଗୁରୁଦାସପୁରରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି।

Share