ସୁସ୍ଥ ହେଲେ ଶାହା!

ନୂଆଦିଲ୍ଲୀ,୯।୮: କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରୀ। ସୂଚନାଯୋଗ୍ୟ, ଅଗଷ୍ଟ ୨ ତାରିଖରେ ଶାହା ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ କି ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ କହିଥିଲେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ ଆସିଛି। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହା ହସ୍ପିଟାଲରେ ଭର୍ତ୍ତି ହେବା ସହ କିଛିଦିନ ତଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ ସେ ଅନୁରୋଧ କରିଥିଲେ। ଗତ ଗୁରୁବାର ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଆଉ ପ୍ରାୟ ୩ ଦିନ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସଦ୍ୟ ମିଳିଥିବା ସୂଚନାରୁ ଜଣାପଡିଛି କି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ ଶାହାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇ ନାହିଁ।

Share