ଶାହାଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ନୂଆଦିଲ୍ଲୀ,୧୪।୮: କିଛିଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରିପୋର୍ଟ ଶୁକ୍ରବାର ନେଗେଟିଭ ଆସିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଯେଉଁ ଶୁଭେଚ୍ଛୁମାନେ ତାଙ୍କର ଓ ତାଙ୍କ ପରିବାରର ମନୋବଳକୁ ଦୃଢ କରିଛନ୍ତି ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଉ କିଛିଦିନ ହୋମ ଆଇସୋଲେଶନରେ ରହିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ଶାହା କରୋନା ପଜିଟିଭ ଥିବା ଜଣାପଡିବା ପରେ ତାଙ୍କର ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହୋଇଥିଲା। ଶୁକ୍ରବାର ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ମେଦାନ୍ତ ହସ୍ପିଟାଲର ସମସ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share