Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଶୁଭାରମ୍ଭ କରିବେ ଅମିତ ଶାହା

ଚଣ୍ଡିଗଡ଼, ୩ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ-୨୦୨୧ର ଶୁଭାରମ୍ଭ କରିବେ। ଏହା ଜୁନ୍‌ ୧୩ ପର୍ଯ୍ୟନ୍ତ ଚାଲିବ। ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣରେ ସମଗ୍ର ଦେଶରୁ ପ୍ରାୟ ୮,୫୦୦ ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ କରିବେ ବୋଲି ହରିୟାଣା ସରକାରଙ୍କ ତରଫରୁ ପ୍ରକାଶ କରାଯାଇଛି। ଖେଳାଳିମାନେ ମୋଟ ୧,୮୬୬ ପଦକ ପାଇଁ ପ୍ରତିଯୋଗିତାରେ ଭାଗ ନେବେ। ୫୪୫ ସ୍ବର୍ଣ୍ଣ, ୫୪୫ ରୌପ୍ୟ ଓ ୭୭୬ ବ୍ରୋଞ୍ଜ ପଦକ ରହିଛି। ପଞ୍ଚକୁଲା, ଅମ୍ବାଲା, ଶାହାବାଦ୍‌, ଚଣ୍ଡିଗଡ଼ ଓ ଦିଲ୍ଲୀ ଆଦି ୫ଟି ଭେନ୍ୟୁରେ ୨୫ ପ୍ରକାର ଖେଳ ଅନୁଷ୍ଠିତ ହେବ। ପଞ୍ଚକୁଲାସ୍ଥିତ ତାଉ ଦେବୀ ଲାଲ ସ୍ପୋଟର୍‌ସ କମ୍ପ୍ଲେକ୍ସକୁ ମୁଖ୍ୟ ଭେନ୍ୟୁ କରାଯାଇଛି। ଏଥିରେ ୭,୦୦୦ ଦର୍ଶକ ପାଇଁ ଆସନ ବ୍ୟବସ୍ଥା ରହିଛି। ଏଥର ପ୍ରତିଯୋଗିତାରେ ପ୍ରଥମ ଥର ୫ ପାରମ୍ପରିକ ଖେଳକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଗଟକା, କାଲାରିପାୟାଟୁ ଥଙ୍ଗାଟା ଓ ଯୋଗାସନ।

Share