ନୂଆଦିଲ୍ଲୀ,୧୩।୧୨: ଭାରତ ଓ ଚାଇନା ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ହିଂସାକାଣ୍ଡ ପରେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ସମୟରେ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚାଇନାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ୨୦୧୧ରେ ଚାଇନାର ଧମକ ପରେ ସୀମାରେ ଥିବା ଡେମୋକୋକରେ କଂଗ୍ରେସ ସରକାର ରାସ୍ତା ଏବଂ ଭିତ୍ତିଭୂମି ନିର୍ମାଣ ବନ୍ଦ କରିଦେଇଥିଲେ। କଂଗ୍ରେସ ସରକାର ସମୟରେ ଚାଇନା ସେନା ହଜାରେ କିଲୋମିଟର ଜମି ଆମଠୁ ହଡପ କରି ନେଇଯାଇଥିଲେ। ତେବେ ଦେଶରେ ମୋଦି ସରକାର ଥିବା ଯାଏ କେହି ବି ଭାରତରୁ ଇଞ୍ଚେ ଜମି କେହି ନେଇପାରିବେ ନାହିଁ ବୋଲି ଶାହା କହିଛନ୍ତି।