Categories: ଜାତୀୟ

କୋଲକତାରେ ବସି ଷଡଯନ୍ତ୍ର ରଚୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ମମତା

କୋଲକତା,୧୬।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ବାଙ୍କୁରାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଏଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ମୁଁ ପ୍ରତିଦିନ୨୫-୩୦ କିଲୋମିଟର ଚାଲିଥାଏ। କିନ୍ତୁ ଏବେ ଛିଡା ହୋଇ କଥା କହି ପାରିବାକୁ ମୁଁ ସକ୍ଷମ ନୁହେଁ। ଯାହାର ପାଦରେ ଆଘାତ ଲାଗେ, ସେ ହଁି ଏସବୁ ବୁଝିପାରେ। ଡାକ୍ତରମାନେ ମୋତେ ବିଶ୍ରାମ ନେବାକୁ କହିଥିଲେ, କିନ୍ତୁ କିନ୍ତୁ ମୁଁ ନ ମାନି ଏଠାକୁ ଆସିଛି। ଯଦି ମୁଁ ଶୋଇପଡେ, ତେବେ ଭାଜପା ଜନସାଧାରଣଙ୍କୁ ଯେଉଁ ଯନ୍ତ୍ରଣା ଦେବ ତାହା ଅସହ୍ୟ ହେବ। ଭାଜପା ଜାଣେ, ମମତାଙ୍କୁ ଅଟକାଯାଇପାରିବ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକତାରେ ରହି ଷଡଯନ୍ତ୍ର ରଚୁଛନ୍ତି ବୋଲି ମମତା କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଅମିତ ଶାହା ନିର୍ବାଚନ ଆୟୋଗ ଚଳାଉଛନ୍ତି। ବାତ୍ୟା ଆମ୍ଫନ ଏବଂ କରୋନା ସମୟରେ କେନ୍ଦ୍ର ସରକାର ଆମକୁ ସାହାଯ୍ୟ କରିନାହାଁନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମେ ବାହାର ଗୁଣ୍ଡାଙ୍କୁ ଅନୁମତି ଦେବୁ ନାହିଁ। ବାହୁବଳରେ ବଙ୍ଗଳା ଜିତିବାକୁ ଭାଜପା ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

Share