Categories: ଜାତୀୟ

ସିକ୍କିମକୁ ୪୪.୮ କୋଟି ଟଙ୍କା ରିଲିଫ ରାଶି ଯୋଗାଇବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୪ରେ ହୋଇଥିବା ସିକ୍କିମ ବନ୍ୟା ପରିସ୍ଥିତି କ୍ଷୟକ୍ଷତିର ଆକଳନ କରିବାକୁ ସ୍ବରାଷ୍ଟ୍ର ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅମିତ ଶାହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ୍‌) ର କେନ୍ଦ୍ରୀୟ ଅଂଶରୁ ୪୪.୮ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଆଇଏମସିଟି ଖୁବ୍‌ଶୀଘ୍ର ସିକ୍କିମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ। ଆଇଏମସିଟିର ଆକଳନ ଉପରେ ଆଧାର କରି, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏସଡିଆରଏଫ୍‌ରୁ ସିକ୍କିମକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯିବ।

Share