Categories: ଜାତୀୟ

ଅମିତ୍‌ ଶାହାଙ୍କ ବଡ଼ ବୈଠକ, ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୬: ଅମରନାଥ ଯାତ୍ରା ଜୁନ ୨୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉତ୍ତର ବ୍ଲକ ଅନ୍ତର୍ଗତ ଗୃହ ମନ୍ତ୍ରଣାଳୟରେ ଏକ ଗରୁତ଼୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଏଲ.ଜି ମନୋଜ ସିହ୍ନା, ଗୃହ ସଚିବ, ସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ମନୋନିତ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଆଇବି ନିର୍ଦ୍ଦେଶକ ତପନ ଡେକା, ସିଆର୍‌ପିଏଫ୍‌ ଡିଜି ଅନିଶ ଦିନଲ, ବିଏସଏଫ ଡିଜି ନିତିନ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ଅଧିକାରୀ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟାନ୍ୟ ଅଧଇକାରୀ ଏଥିରେ ଯୋଗ ଦେଇଛନ୍ତି।
ଜାମ୍ମୁ କାଶ୍ମୀର ଏବଂ ଅମରନାଥଙ୍କ ସୁରକ୍ଷା ଉପରେ ଦୁଇଟି ରାଉଣ୍ଡରେ ବୈଠକ ଅନୁଷ୍ଠିତ ହେବ। ସକାଳ ୧୧ଟାରୁ ଜାମ୍ମୁ କାଶ୍ମୀରର ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟ, କାଉଣ୍ଟର ଇଣ୍ଟେଲିଜେନ୍ସ, ଆତଙ୍କବାଦୀ ପାଣ୍ଠି ବନ୍ଦ କରିବା, ଏଲ୍‌ଓସିରେ ଅନୁପ୍ରବେଶ ବନ୍ଦ କରିବା ଇତ୍ୟାଦି ପ୍ରସଙ୍ଗରେ ଏକ ଆଲୋଚନା ହେବ ।

ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅପରାହ୍ନ ୨ଟାରୁ ଆରମ୍ଭ ହେବ, ଯାହା ଅପରାହ୍ନ ୪-୫ଟା ପର୍ଯ୍ୟନ୍ତ ଜାରି ରହିପାରେ । ଏହି ବୈଠକରେ ଜୁନ୍‌ ୨୯ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ହେବାକୁ ଥିବା ଅମରନାଥ ଯାତ୍ରାର ଉଭୟ ମାର୍ଗରେ ବାଲଟାଲ ଏବଂ ପହଲଗାମରେ ତୀର୍ଥଯାତ୍ରୀଙ୍କ ସୁବିଧା ତଥା ଅନ୍ୟାନ୍ୟ କାର୍ଯ୍ୟକୁ ନେଇ ଆଲୋଚନା ହେବ।

ସୂଚନା ଥାଉକି, ନିକଟରେ ଜମ୍ମୁର ରେୟାସିରେ ଏକ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ା ଯେଉଁଥିରେ ୧୧ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଯବାନ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ଶିଶୁଙ୍କ ସମେତ ୬ ଯବାନ ଏବଂ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ବିଷୟରେ ସରକାର ପୂର୍ବରୁ ସତର୍କ ଅଛନ୍ତି।

Share