Advertisement
Categories: ଜାତୀୟ

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ। ସେ କହିଥିଲେ ରାହୁଲ ହେଉଛନ୍ତି ବ୍ରିଟିଶ ନାଗରିକ। ଏବେ ଏହି ଅଭିଯୋଗକୁ ନେଇ ଗୃହମନ୍ତ୍ରଣାଳୟ ରାହୁଲଙ୍କୁ ଏକ ନୋଟିସ୍‌ ପଠାଇଛନ୍ତି। ସ୍ବାମୀଙ୍କ ଅଭିଯୋଗ ଥିଲା କି ୨୦୦୩ରେ ଆମେରିକାର ବ୍ୟାକପ୍ସ ଲିମିଟେଡ କମ୍ପାନୀର ରାହୁଲ ନିର୍ଦ୍ଦେଶକ ଥିବା ବେଳେ ସେ ବ୍ରିଟିଶ ନାଗରିକ ବୋଲି ସେଥିରେ ଦର୍ଶାଇଥିଲେ। ଏହା ପୂର୍ବରୁ ମଧ୍ୟ ଆମେଠିରେ ରାହୁଲ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କର ନାଗରିକତାକୁ ନେଇ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରଶ୍ନ ଉଠାଇବା ସହ ପ୍ରାର୍ଥିପତ୍ର ରଦ୍ଦ କରିବାକୁ ଦାବି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share