Categories: ଜାତୀୟ

ଅକାଳୀ ନେତାଙ୍କ ପାଇଁ ଲୁକ୍‌ଆଉଟ ନୋଟିସ

ନୂଆଦିଲ୍ଲୀ,୨୩।୧୨: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଜିଥିଆଙ୍କ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଲୁକ୍‌ଆଉଟ ନୋଟିସ ଜାରି କରିଛି। ରାଜ୍ୟ ପୋଲିସ ତାଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆଇନରେ ମାମଲା ରୁଜୁ କରିଥିଲା। ସେ ଫେରାର ଥିବାରୁ ବିଦେଶକୁ ପଳାଇଯାଇପାରନ୍ତି ଆଶଙ୍କା କରି ପଞ୍ଜାବ ପୋଲିସ କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଲୁକ୍‌ଆଉଟ ସର୍କୁଲାର ଜାରି ହୋଇଛି। ଫଳରେ ମାଜିଥିଆ ଦେଶ ଛାଡ଼ି ଯାଇପାରିବେ ନାହିଁ। ନିଶା ଦ୍ରବ୍ୟ କାରବାର ର଼୍ୟାକେଟ ସହ ଅକାଳୀ ନୋ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିବା ପରେ ସୋମବାର ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Share