Categories: ଜାତୀୟ

ଆକ୍ସନ ମୁଡରେ ସ୍ବରାଷ୍ଟ ମନ୍ତ୍ରଣାଳୟ: ରାହୁଲ ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ କରିପାରେ ଏନ୍‌ଆଇଏ

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରରେ କଶ୍ମୀର ପଣ୍ଡିତ ତଥା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାର୍ଯ୍ୟକରୁଥିବା ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସ୍ବରାଷ୍ଟ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ଯାଞ୍ଚ ଏନ୍‌ଆଇଏକୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ଆତଙ୍କବାଦୀମାନେ ବଡଗାମର ଚାଡୁରାରେ ଥିବା ତହସିଲ କାର୍ଯ୍ୟାଳୟ ଭିତରକୁ ପଶି ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ଉପରେ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେଟ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି ରାହୁଲଙ୍କ ମା’ ଦାବି କରିଛନ୍ତି।

Share