ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା
ଯାଇଛି । ଜାଣନ୍ତୁ କେଉଁସବୁ ଘରୋଇ ଉପଚାର ଦ୍ୱାରା ସେମାନେ ରୂପଚର୍ଯ୍ୟା କରୁଥିଲେ…

ସି-ଓ୍ବିଡ୍‌: ସମୁଦ୍ରରେ ମିଳୁଥିବା ଗୁଳ୍ମ ବା ସି-ଓ୍ବିଡ୍‌ରେ ରହିଛି ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ। ବିଶେଷ କରି ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି-ମାଇକ୍ରୋବାୟାଲ୍‌ ଗୁଣ ମୁହଁ ଏବଂ ତ୍ୱଚାରେ ଫୁଲିବା, ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ ଆଦି ହେବାକୁ ଦିଏ ନାହିଁ। ତା’ଛଡା ଏହା ତ୍ୱଚାର ଉଜ୍ଜ୍ୱଳତା ଦୂରକରିଥାଏ। ତେଣୁ ଏହାକୁ ତ୍ୱଚାର ସୁରକ୍ଷା ତଥା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର କରାଯାଏ। ଆପଣ ବି ଚାହିଁଲେ ଏହାକୁ ବ୍ୟବହାର କରି ତ୍ୱଚାର ଯତ୍ନ ନେଇପାରିବେ।
କେଶର: ଇହିହାସରେ ବର୍ଣ୍ଣନା ଅଛି ଯେ, ଇଜିପ୍ଟର ରାଣୀ କ୍ଲିଓପାଟ୍ରା ତାଙ୍କ ଆକର୍ଷଣୀୟ ରୂପ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଲାଗି ସେ ଗଧ କ୍ଷୀରରେ କେଶର ଏବଂ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ତେଣୁ ସେବେଠୁ କେଶରକୁ ତ୍ୱଚାର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରାଯାଉଛି। ଏମିତିକି ପରଫ୍ୟୁମ୍‌, ଲିପ୍‌ଷ୍ଟିକ୍‌, କ୍ରିମ୍‌, ଏସେନ୍ସିଆଲ୍‌ ଅଏଲ୍‌ ଆଦି ପ୍ରସ୍ତୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।
ଗଛ ଛାଲି: ୧୧ ଶତାବ୍ଦୀ ବେଳକୁ ମିଆଁମାର୍‌ର ଲୋକମାନେ ଥାନାକା ନାମକ ଏକ ଗଛର ଛାଲିକୁ ପାଣି ପକାଇ ପେଡିରେ ଘୋରି ମୁହଁ ଦେହ ଆଦିରେ ଲଗାଉଥିଲେ। ଯାହାକି ତାଙ୍କୁ ଖରାରେ ଆସୁଥିବା ୟୁଭି ଲାଇଟ୍‌ରୁ ସୁରକ୍ଷା ଦେଉଥିଲା। ସେହିପରି ଚନ୍ଦନ କାଠକୁ ମଧ୍ୟ ବ୍ୟବହାର କରୁଥିଲେ। ଏବେବି ଚନ୍ଦନ କାଠର ଡିମାଣ୍ଡ ରହିଛି। ଏହାକୁ ବ୍ୟବହାର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।
ଗୋଲପ ପାଖୁଡା: ଏହାକୁ ନା କେବଳ ବର୍ତ୍ତମାନ ପରଫ୍ୟୁମ୍‌, ଲିପ୍‌ଷ୍ଟିକ୍‌, କ୍ରିମ୍‌, ଏସେନ୍ସିଆଲ୍‌ ଅଏଲ୍‌, ମଶ୍ଚରାଇଜର୍‌ ଆଦିରେ ବ୍ୟବହାର କରାଯାଉଛି, ବରଂ ପୁରାତନ କାଳରେ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ରାଣୀ, ରାଜକୁମାରୀମାନେ ଗୋଲାପ ପାଖୁଡାକୁ କ୍ଷୀର, ଦହି, ହଳଦୀ ଆଦି ସହିତ ମିଶାଇ ମୁହଁ ଏବଂ ଶରୀରରେ ମାସ୍କ ଭଳି ଲଗାଉଥିଲେ। ଏମିତିକି ଗାଧୁଆ ପାଣିରେ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ଏଭଳି ଆପଣ ବି କରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image