ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପଚାର

କେତେକଙ୍କର ମୁହଁରେ ଅନାବଶ୍ୟକ ସ୍ଥାନରେ ଲୋମ ଉଠିଥାଏ। ମୁହଁକୁ ସୁନ୍ଦର କରିବା ପାଇଁ ଏହି ଅନାବଶ୍ୟକ ଲୋମକୁ ସଫା କରିବାକୁ ସମସ୍ତେ ପାର୍ଲର ଯାଇଥାନ୍ତି । ଏହି ଲୋମକୁ ସଫା କରିବା ପାଇଁ ବିଭିନ୍ନ ଘରୋଇ ଉପାୟ ସମ୍ପର୍କରେ ଜାଣି ରଖନ୍ତୁ…
ଓଟ୍‌ସ ସ୍କ୍ରବ:ଏକ ପାଚିଲା କଦଳୀକୁ ଭଲଭାବେ ଚକଟି ସେଥିରେ ଦୁଇ ବଡ଼ ଚାମଚ ଓଟ୍‌ସ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ପ୍ରାୟ ୨୦ ମିନିଟ୍‌ ପରେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
ଅଟା ମାସ୍କ: ଏକ ଚାମଚ ଦଳଦୀ ଗୁଣ୍ଡ, ଏକ ଚାମଚ କ୍ରିମ୍‌, ଅଧା କପ୍‌ କ୍ଷୀର, ଅଧା କପ୍‌ ଛୋଲେରୁ ତିଆରି ହୋଇଥିବା ଅଟା ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ମିଶ୍ରଣ ଭଲଭାବେ ଶୁଖିଗଲା ପରେ ଲୋମ ଉଠିବାର ବିପରୀତ ଦିଗରେ ମୁହଁକୁ ଘଷି ସାମାନ୍ୟ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।
ଅଣ୍ଡା ମାସ୍କ: ଅଣ୍ଡାରେ ଏକ ଚାମଚ ଚିନି ସହିତ ଅଧା ଚାମଚ କନ୍‌ଷ୍ଟାର୍ଚ ମିଶାଇ ଗାଢ଼ା ପେଷ୍ଟ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଧୀରେ ଧୀରେ ହାତରେ ଘଷି ଛଡ଼ାନ୍ତୁ ଓ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇରୁ ତିନି ଥର ଏପରି କରନ୍ତୁ।
ଅମୃତଭଣ୍ଡା ମାସ୍କ: ଅଳ୍ପ ପାଚିଲା ଅମୃତଭଣ୍ଡାକୁ ପେଷ୍ଟ କରି ସେଥିରେ ହଳଦୀ ଗୁଣ୍ଡ ଓ ତିନି ବଡ଼ ଚାମଚ ଆଲୋଭେରା ଜେଲ୍‌ ମିଶାଇ ଭଲଭାବେ ଗୋଳାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁର ବିପରୀତ ଦିଗରେ ଘଷି ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଯଅ ମାସ୍କ: ଯଅ ଗୁଣ୍ଡରେ ଏକ ଚାମଚ କ୍ଷୀର ଓ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ଶୁଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।