ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ ବର୍ଷା ହେଉ କି ବର୍ଷା ଋତୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତଙ୍କୁ ଥଣ୍ଡା ହେବା ଥୟ। ଆଉ ଏଥିପାଇଁ ବାରମ୍ବାର ହସ୍ପିଟାଲ ଦୌଡ଼ିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଲୋକମାନେ ହସ୍ପିଟାଲକୁ ଯିବାକୁ ଡରୁଛନ୍ତି। ଏଭଳି ସ୍ଥିତିରେ ଔଷଧ ବ୍ୟତୀତ କିଛି ଘରୋଇ ଚିକିତ୍ସାରେ ବି ଥଣ୍ଡାରୁ ମୁକ୍ତି ମିଳିପାରିବ
*ବିରିୟାନୀ ପ୍ରସ୍ତୁତି କଲାବେଳେ ସାଧାରଣତଃ ପିଆଜକୁ ଟିକେ କଡ଼ା କରି ଭଜା ଯାଇଥାଏ। ସମ୍ପୂର୍ଣ୍ଣ ମଉଳିବା ଯାଏଁ ତାକୁ ଭାଜିଲେ ବିରିୟାନୀ ସାଦିଷ୍ଟ ହୋଇଥାଏ। ତେବେ ଜାଣିଛନ୍ତିକି କଡ଼ା ଭଜା ହୋଇଥିବା ପିଆଜ ସର୍ଦ୍ଦିରୁ ରକ୍ଷା କରେ। ଏପରିକି କଫ ଜମିଥିଲେ ଏହା ଉପଶମ ପ୍ରଦାନ କରିଥାଏ।
*ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, ତେବେ ଥଣ୍ଡା ଦୂର କରିବା ପାଇଁ ପାନପତ୍ରର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏଥିଲାଗି କିଛି ପାନପତ୍ରକୁ ଛେଚି ସେଥିରେ ଅଳ୍ପ ମହୁ ମିଶାଇ ଖାଆନ୍ତୁ। ଦେଖିବେ ଥଣ୍ଡା ଖୁବ୍‌ଶୀଘ୍ର ଭଲ ହୋଇଯିବ।
* ସେହିପରି କିରୋସିନ୍‌ ଗନ୍ଧ ସମସ୍ତଙ୍କୁ ଭଲ ଲାଗି ନ ଥାଏ। କିନ୍ତୁ ଅତ୍ୟଧିକ ଥଣ୍ଡା ହୋଇଥିଲେ ଛାତିରେ କିଛି କିରୋସିନ ଘସିଲେ ଏଥିରୁ ଉପଶମ ମିଳିଥାଏ।
* ଗଳାରେ ସଂକ୍ରମଣ ହୋଇଥିଲେ ଗରମ ପାଣି ଦ୍ୱାରା ଗର୍ଗଲିଂ କରିଥାଉ। ତେବେ ଏହା ସ୍ଥାନରେ ଚକୋଲେଟକୁ ମଧ୍ୟ ନେଇପାରିବେ। କାରଣ ଏଥିରେ ଥିବା ଥିଓବ୍ରୋମାଇନ ଗଳାର ସଂକ୍ରମଣରୁ ରକ୍ଷା କରିଥାଏ ବୋଲି ବିଶେଷଜ୍ଞ ମତ ରଖନ୍ତି।