ମାଇଗ୍ରେନ୍‌ ସମସ୍ୟାର ଘରୋଇ ଉପଚାର

ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ ମିଳିପାରେ। ଅଦା ରସରେ ପ୍ରସ୍ତୁତ ଚା’ ପିଇଲେ ତାହା ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ଦେଇଥାଏ। ଏହାକୁ ଦିନକୁ ୨-୩ ଥର ପିଇପାରନ୍ତି। ଏପରି ଚା’ ପିିଇବା ଦ୍ୱାରା ରକ୍ତରେ ଇନଫ୍ଲାମେଶନ୍‌ କମିଯାଏ ଏବଂ ସେହି ଅନୁସାରେ ମୁଣ୍ଡବିନ୍ଧାରୁ ଆରାମ ଲାଗେ। ଯଦି ପ୍ରବଳ ମୁଣ୍ଡ ବିନ୍ଧୁଛି, ତେବେ ବେକ ମୂଳରେ ଧୀରେ ଧୀରେ ବରଫ ଘଷିଲେ ଏଥିରୁ ଉପଶମ ମିଳିଥାଏ। ଆହୁରି ଉପଶମ ପାଇବା ପାଇଁ ପିମ୍ପିରିମେଣ୍ଟ ତେଲ ବ୍ୟବହାର କରିପାରନ୍ତି। ଏହାବ୍ୟତୀତ ଲବଙ୍ଗକୁ ଗୁଣ୍ଡ କରି ପରିଷ୍କାର କପଡାରେ ବାନ୍ଧି ଶୁଙ୍ଘିଲେ ମୁଣ୍ଡବିନ୍ଧାରୁ କେତେକାଂଶରେ ଆରାମ ଲାଗିଥାଏ।