ଶରୀରର ଓଜନ କମ୍ କରିବା ପାଇଁ.. ..

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ କରି ଶହ ଶହ ଟଙ୍କା ଖର୍ଚ୍ଚ ବି କରୁଛନ୍ତି । କିନ୍ତୁ ଘରୋଇ ଉପାୟରେ ଏହାକୁ ସହଜରେ କେମିତି କମାଇ ହେବ ଆସନ୍ତୁ ଜାଣିବା ।
ବ୍ୟସ୍ତ ବହୁଳ ଜୀବନରେ ଆମକୁ ସମୟ ନ ଥାଏ ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା । ହେଲେ ଏହା ଭୁଲ୍ । ଘରେ ନିଜେ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ହିଁ ମେଦବହୁଳତାରୁ ମୁକ୍ତି ମିଳିବ । ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ୧୦୦ କ୍ୟାଲୋରୀ କମ୍ ହୋଇଥାଏ ବୋଲି କୁହାଯାଏ । ସେହିପରି ଯେଉଁମାନେ ନିତିଦିନ ଅଟା ଚକଟନ୍ତି ସେମାନଙ୍କର ୫୦ କ୍ୟାଲୋରୀ କମ୍ ହୋଇଥାଏ ବୋଲି କୁହାଯାଏ । ଯାହା ସହଜରେ ମେଦବହୁଳତାକୁ ଦୂରେଇ ଦିଏ । ଖାଲି ସେତିକି ନୁହେଁ କୁହାଯାଏ ଯେ ଘରେ ବାସନ ଧୋଇବା ଦ୍ୱାରା ୧୨୫ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ । ଏହା ମଧ୍ୟ ଶରୀରର ଓଜନ କମ୍ କରିବାରେ ସହାୟକ ହୋଇଥାଏ । ସେହିପରି ଯଦି ଜଣେ ବ୍ୟକ୍ତି ଅତିକମ୍‌ରେ ୨୦ ମିନିଟ୍ ଘର ପୋଛନ୍ତି ତେବେ ୧୫୦ କ୍ୟାଲୋରୀ ବର୍ନ ହୋଇଥାଏ । ନିଜ ଲୁଗାପଟା ଧୋଇଲେ ବା ଅନ୍ୟମାନଙ୍କର ବି ଧୋଇଲେ ଦିନକୁ ୧୩୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ ।