ଗଞ୍ଜାମରେ ଘରକୁ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୨୦୨୧ଟି ଟିମ୍‌ ସାମିଲ

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଶା କର୍ମୀ, ସ୍ବଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟ ତ୍ୱରାନ୍ବିିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି । ଘର ପରିବାରର ସଦସ୍ୟଙ୍କ ଅକ୍ସି ମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରାଯାଉଛି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି ଗଞ୍ଜାମ ଜିଲାରେ ଏଥିପାଇଁ ୨୦୨୧ ଟିମ ଗଠନ ହୋଇଛି ଏଥିମଧ୍ୟରେ ଗ୍ରାମାଞ୍ଚଳ ରେ ୧୮୪୨ ଟିମ, ସହରାଞ୍ଚଳରେ ୬୮ଟି ଟିମ୍‌ ଓ ବ୍ରହ୍ମପୁର ମହାନଗର ନିଗମରେ ୧୧୧ ଟି ଟିମ ରହିଛି ଏଥିରେ ସହଯୋଗ କରିବାକୁ ଜିଲାପାଳଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Share