Posted inଜାତୀୟ

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୪।୮: କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ। ତାଙ୍କର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ପର୍ସନାଲ ପବ୍ଲିକ ମନ୍ତ୍ରଣାଳୟ ଶୁକ୍ରବାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଅଜୟ ଏହି ପଦବୀରେ ୨୨ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ରହିବେ। ଉଲ୍ଲେଖନୀୟ କଥା ହେଉଛି, ଏହି ପଦବୀରେ ତାଙ୍କୁ ଚତୁର୍ଥ ଥର ସୁଯୋଗ ଦିଆଯାଇଛି।

ଅଜୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୨ ୨୦୨୩ରେ ଶେଷ ହୋଇଥା’ନ୍ତା। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଭଲ୍ଲାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ଅର୍ଥାତ୍‌ ଅଗଷ୍ଟ ୨୨ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛି।

ସୂଚନାଯୋଗ୍ୟ, ଅଜୟ କୁମାର ଭଲ୍ଲା ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ। ଅଗଷ୍ଟ ୨୦୧୯ରେ ତାଙ୍କୁ ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେ ନଭେମ୍ବର ୨୦୨୦ରେ ୬୦ବର୍ଷ ବୟସରେ ଅବସର ନେବାକୁ ଯାଉଥିଲେ, କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ପ୍ରଥମେ ଅଗଷ୍ଟ ୨୨ ୨୦୨୦ରୁ ବଢି ଅକ୍ଟୋବର ୧୭ ୨୦୨୧ କରାଯାଇଥିଲା। ଏହା ପରେ ୨୦୨୧ ଓ ୨୦୨୨ରେ ବର୍ଷେ ପାଇଁ ତାଙ୍କର କାର୍ଯ୍ୟକାଳ ବଢାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri