Categories: ଜାତୀୟ

ଘରକୁ ଘର ପହଞ୍ଚିବ ରାଶନ, ଗହମ ବଦଳରେ ମିଳିବ ଅଟା

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଜରିଆରେ ହିତାଧିକାରୀଙ୍କୁ ହୋମ ଡେଲିଭରି ସେବା ପ୍ରଦାନ କରାଯିବ। ରାଶନ ପାଇଁ ତାଙ୍କୁ ଆଉ କେଉଁଠାକୁ ଯିବାକୁ ପଡ଼ିବ ନାହିଁ। ସରକାର ଓ ପ୍ରଶାସନ ନିଜେ ହିତାଧିକାରୀଙ୍କ ଘରେ ରାଶନ ପହଞ୍ଚାଇବେ। ଆଉ ସବୁଠାରୁ ବଡ଼ କଥା ହେଲା ଏଥର ଗହମ ବଦଳରେ ଅଟା ଦିଆଯିବ। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟ ଅତ୍ୟନ୍ତ ବିପ୍ଲବୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାରଣ ବର୍ଷ ବର୍ଷ ଧରି ଆମର ଏକ ସ୍ବପ୍ନ ଥିଲା କି ସମ୍ମାନର ସହିତ ଗରିବ ଲୋକଙ୍କୁ ରାଶନ ମିଳୁ। ଯାହା ଆଜି ପୂରା ହୋଇଛି। ଚାଉଳ, ଚିନି ଓ ଅଟାକୁ ପ୍ୟାକିଂ କରାଯାଇ ଲୋକଙ୍କ ଘରେ ନିର୍ଦ୍ଧାରିତ ସମୟରେ ହୋମ ଡେଲିଭରି ଦିଆଯିବ। ତେବେ ଆଗାମୀ ୬-୭ ମାସ ଭିତରେ ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି।

Share