Categories: ଜାତୀୟ

‘ପ୍ରଧାନମନ୍ତ୍ରୀ ପଦ ପାଇଁ ଅଭିଳାଷ ନାହିଁ, ବିରୋଧୀଙ୍କୁ ଏକାଠି କରିବା ହିଁ ମୂଳ ଲକ୍ଷ୍ୟ’

ନୂଆଦିଲ୍ଲୀ,୧୨।୮: ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ହାତ ଧରି ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‌ କରିବା ତାଙ୍କ ମୂଳ ଲକ୍ଷ୍ୟ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ନେଇ ତାଙ୍କ ମନରେ କୌଣସି ଅଭିଳାଷ ନାହିଁ। ହେଲେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରିବି। ଏପରି କି ସମସ୍ତେ ଏକାଠି ହୋଇ ଜନତାଙ୍କ ପାଇଁ କାମ କରିବା ଉଚିତ ବୋଲି ନୀତୀଶ କହିଛନ୍ତି। ଅନ୍ୟପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଅଗଷ୍ଟ ୨୪ରେ ଫ୍ଲୋର ଟେଷ୍ଟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ।

Share