ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି। ପୁଣି ଏକ ଫ୍ରେସ ସର୍ଭେ କରାଯିବ। ଏହି ସର୍ଭେ କାର୍ଯ୍ୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତ ତହସିଲ ଅଞ୍ଚଳରେ ଭୂମିହୀନ ପରିବାର ଚିହ୍ନଟ ପରେ ସେମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଜିଲାରେ ୯ ତହସିଲ ଅଧିନରେ ୨୩ଟି ଗ୍ରାମରେ ହାଇଟେକ ସର୍ଭେ ଚାଲିଛ, ତାହା ତୁରନ୍ତ ସାରିବାକୁ ତହସିଲଦାରମାନଙ୍କୁ ଜିଲାପାଳ କହିଥିଲେ। ଯେଉଁମାନେ ସରକାରୀ ଜମି ଜବଲଦଖଲ କରି ରଖିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ୨୧୭୯ ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କ ସ୍ଥିତିବାନ ପଟ୍ଟା ତୁରନ୍ତ ସେଟେଲମେଣ୍ଟ କରିବାକୁ ତହାସିଲଦାରମାନଙ୍କୁ କୁହାଯାଇଛି। ୩୩ ହଜାର ୧୫ ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ତାହା ବନ୍ଦୋବସ୍ତ କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲାପାଳ ରାଜସ୍ବ ଦେବବ୍ରତ ସାହୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗ୍ରାମକଣ୍ଠକ ଜମିର ବନ୍ଦୋବସ୍ତ ଆବେଦନ ଦରଖାସ୍ତ ସମୟ ସୀମା ବୃଦ୍ଧି ପାଇଁ ମାର୍ଚ୍ଚ ୩୧ ପ୍ରର୍ଯ୍ୟନ୍ତ ହୋଇଛି। ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା। ଯେତେସବୁ ମିଶକେଶ ସାର୍ଟିଫିକେଟ ଆସୁଛି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି। ଜିଲାରେ ୫୬ଟି ନୂଆ ରାଜସ୍ବ ଗ୍ରାମ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୪ଟି ଭୂଲେଖ ଅପଲୋଡ ହୋଇଛି, ବଳକା ୪୨ଟି ଭୂଲେଖ ଅପଲୋଡ କରିବାକୁ କୁହାଯାଇଛି। ଜିଲାରେ ଯେଉଁସବୁ ପ୍ରକଳ୍ପ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମିଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି। ୧୯୬୬ଟି ପ୍ରାଥମିକ ବିଦ୍ୟାଳୟ ଓ ୪୭ଟି କଲେଜକୁ ନିଜସ୍ବ ପଟ୍ଟା ପ୍ରଦାନ କରାଯିବ। ସେହିପରି ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓଙ୍କ ପକ୍ଷରୁ ଅଧିକରୁ ଅଧିକ ଚଢାଉ କରିବାକୁ କୁହାଯାଇଥିଲା। ବିଶେଷକରି ସ୍କୁଲ, କଲେଜ ଓ ଗ୍ରାମାଞ୍ଚଳମାନଙ୍କରେ ନାବଳକମାନେ ଗାଡି ଚଲାଉଥିବାରୁ ତାହାକୁ ଧରିବା ପାଇଁ ଆରଟିଓଙ୍କୁ କୁହାଯାଇଛି। ମାପ ଓ ଓଜନ ବିଭାଗ ବିଭିନ୍ନ ପେଟ୍ରୋଲ ପମ୍ପ, ଚାଉଳ କଳ ଆଦିରେ ବ୍ୟାପକ ଚଢାଉ କିରବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ, ଭଞ୍ଜନଗର ଉପଜିଲାପାଳ ଅନିଲ ସେଠୀଙ୍କ ସମେତ ସମସ୍ତ ତହସିଲଦାରଙ୍କ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri