ଚାଷଜମି କିସମ ପରିବର୍ତ୍ତନ ପରେ ଘରବାଡ଼ି

ପଟ୍ଟାମୁଣ୍ଡାଇ,୧୧ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୯ ରୁ ୨୦୨୪ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଥିବାରୁ ଚାଷଜମି ହ୍ରାସ ପାଇଚାଲିଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ଆସନ୍ତା ୨ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ଶେଷ ହୋଇ ଚାଷୀ ଜୀବିକା ହରାଇବା ସମ୍ଭାବନା ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିବା ବୁଦ୍ଧିଜିବୀମାନେ କହିଛନ୍ତି ା
ସାମାଜିକ କର୍ମୀ ରଞ୍ଜିତ ପ୍ରଧାନ କୁହନ୍ତି, କୃଷି ବିଭାଗ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୫,୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା । ୨୦୨୩-୨୪ରେ କୃଷି ବିଭାଗ ରିପୋର୍ଟରେ ୧୧, ୩୦୦ହେକ୍ଟର ଜମିରେ ଚାଷ ହେଉଛି । ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ପାଖାପାଖି ୪,୦୦୦ ହେକ୍ଟର ଚାଷ ଜମି ହ୍ରାସ ପାଇଛି । ଅର୍ଥାତ୍‌ ବର୍ଷକୁ ପାଖାପାଖି ୮୦୦ ହେକ୍ଟରରୁ ଊଦ୍ଧର୍‌ବ ଚାଷଜମି କମୁଛି । ଯଦି ଏହି ଧାରାରେ ଜମି ହ୍ରାସ ପାଇ ଚାଲେ ତା’ହେଲେ ୫୦ରୁ୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପ ପାଇଯିବ । ଅପରପକ୍ଷେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦ ରୁ୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଞ୍ଚତ୍ବାର ସମ୍ଭାବନା ରହିଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ଚାଷଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଆଁ ହୋଇଛି । ବିଶେଷକରି ପୌରାଞ୍ଚଳର ପୋଖରିଆପଡ଼ା, ବେଲତଳ, ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ୧୪ ନଂ. କେନାଲଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶର୍‌ବରେ ଥିବା ଚାଷଜମିର କିସମ ପରିବର୍ତ୍ତନ ହୋଇ ଘର ସବୁ ଗଢ଼ି ଉଠୁଛି । ଏହାଦ୍ୱାରା ଚାଷଜମି ହ୍ରାସ ପାଉଛି।
ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ଗତ ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ । ଫଳରେ ଉକ୍ତ କେନାଲକୁ ଜଳ ସମ୍ପଦ ବିଭାଗ ମୃତ ଘୋଷଣାକଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି । ମାତ୍ର ବିଭାଗର ଅଗୋଚରରେ ଏହାର ଉଭୟ ପାଶର୍‌ବରେ ଥିବା ଚାଷଜମି ସବୁ ଘରବାଡ଼ି କିସମରେ ପରିଣତ ହୋଇ କୋଠା ନିର୍ମାଣ ହୋଇ ସହରରେ ପରିଣତ ହୋଇଛି । ପୌରାଞ୍ଚଳରେ ପୋଖରିଆପଡ଼ା କେନାଲ ପାଖ ଜମି ସବୁ ଉପରେ କୋଠା ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାଶର୍‌ବର ଜମି ସବୁ କୋଠା ହୋଇସାରିଛି । ପୁନଶ୍ଚ ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ଚଞ୍ଚକତାରେ ଘରଦ୍ୱାର କରି ଚାଲିଛନ୍ତି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।
ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲଠାରୁ ମଦନପୁର କଲେଜ ପର୍ଯ୍ୟନ୍ତ ୨ ପାଶର୍‌ବ ଜମିରେ କୋଠା ଗଢ଼ି ଉଠୁଛି । ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରାରେ ଜମିର କିସମ ପରିବର୍ତ୍ତନ ହୋଇ କୋଠାବାଡ଼ି ଗଢ଼ା ହୋଇଚାଲିଛି । ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି. ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ିଛି । ଏଥିସହ ପାଣି ଅଭାବ ଯୋଗୁ ହଜାରରୁ ଊର୍ଦ୍ଧ୍ୱ ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି । ଫଳରେ ଜମି ମାଲିକମାନେ ଜମିକୁ ପଡ଼ିଆ ରଖିବା ସହ ଘରବାଡ଼ି କରି ଦେଉଛନ୍ତି । ଯାହା ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଁଚିଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ୨ ପାଶର୍‌ବରେ ଥିବା ନୟନଯୋରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଫଳରେ ଉଭୟ ପାଶର୍‌ବ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି । ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ସରକାରୀ ନିୟମ ଆସିଲେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ା

Share