ଦହିରେ କେଶ ମୂଳକୁ ଭଲଭାବେ ମସାଜ କରନ୍ତୁ। ଦହି ଶୁଖିଗଲା ପରେ ସାମ୍ପୁ କରାଇ ନିଅନ୍ତୁ।
ରାତିରେ ମେଥିକୁ ଭିଜାଇ ସକାଳେ ତା’ର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ଶୁଖିବା ପରେ ଭଲଭାବେ ଧୋଇ ନିଅନ୍ତୁ।
୨ଟି ପାଚିଲା କଦଳୀ, ୨ଟି ଅଣ୍ଡା ଓ ୩ ଚାମଚ ମହୁ ଓ ଅଲିଭ୍ ଅଏଲ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହି ହେୟାର ମାସ୍କକୁ ଲଗାଇବାର ୧ ଘଣ୍ଟା ପରେ କେଶକୁ ସାମ୍ପୁ କରି ଦିଅନ୍ତୁ।
ଅଣ୍ଡାରେ ଅଲିଭ ଅଏଲ ଲଗାଇ ମୁଣ୍ଡରେ ଲଗାନ୍ତୁ। କିଛି ସମୟ ପରେ ସାମ୍ପୁ କରି ଦିଅନ୍ତୁ, କେଶ ଝଡ଼ିବା କମ୍ ହୋଇଯିବ।
କେଶ ଦୋମୁହାଁ ହୋଇ ଯାଉଥିଲେ ୧ ଚାମଚ ବାଦାମ ତେଲରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ମିଶାଇ କେଶ ମୂଳରୁ ଶେଷଯାଏ ଲଗାନ୍ତୁ। ୧ଘଣ୍ଟା ପରେ ଧୋଇ ଦିଅନ୍ତୁ।
୨-୩ଟି ପାଚିଲା କଦଳୀକୁ ପେଷ୍ଟ କରି ତାକୁ ଷ୍ଟିମ୍ କରି କେଶରେ ମାସ୍କ ଭଳି ଲଗାନ୍ତୁ ଓ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। କେଶର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
ନଡିଆ ତେଲରେ ଲେମ୍ବୁ ମିଶାଇ ଲଗାଇବାର ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ। କେଶ ମଜଭୁତ ହେବ। ଅଲିଭ ଅଏଲ ଏବଂ ସୋରିଷ ତେଲକୁ ମିଶାଇ କେଶରେ ଲଗାଇଲେ କେଶ ମଜଭୁତ ହୁଏ।
କ୍ଷୀର ଓ ମହୁକୁ ସମାନ ମାତ୍ରାରେ ମିଶାଇ କେଶ ମୂଳରେ ମସାଜ କରି ୨୫ମିନିଟ ପରେ ଧୋଇ ଦିଅନ୍ତୁ। ଅଣ୍ଡାର ହଳଦିଆ ଅଂଶରେ ଦହି ମିଶାଇ କେଶରେ ଲଗାଇବାର ୧୫ ମିନିଟ୍ ପରେ ସାମ୍ପୁ କରନ୍ତୁ।