ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବାକୁ ପ୍ରତ୍ୟେକ ନାରୀ ଚାହାନ୍ତି। ହେଲେ ଏଥିପାଇଁ ବିଭିନ୍ନ ମେକ୍ଅପ୍ ନେବା କିମ୍ବା ବ୍ୟୁଟିପାର୍ଲର ଯିବା ନିହାତି ଆବଶ୍ୟକ, ଏପରି ଭାବିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ। କାରଣ ଆପଣଙ୍କ ଘରେ ଦୈନନ୍ଦିନ ବ୍ୟବହୃତ କେତେକ ସାମଗ୍ରୀରେ ହିଁ ଲୁଚି ରହିଛି ତ୍ୱଚାକୁ ସୁନ୍ଦର କରିବାର ସିକ୍ରେଟ । ଜାଣି ରଖନ୍ତୁ ସେ ସମ୍ପର୍କରେ ଟିପ୍ସ …
ମୁହଁରେ ବ୍ରଣ ସମସ୍ୟା ଥିଲେ ମୁଗଡାଲିକୁ ପାଣିରେ ଭିଜାଇ ଗ୍ରାଇଣ୍ଡିଂ କରି ଉକ୍ତ ପେଷ୍ଟକୁ ଲଗାନ୍ତୁ। ୧୦ ମିନିଟ୍ ରଖିବା ପରେ ପାଣିରେ ହାଲ୍କା ଘଷି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁଗରେ ଥିବା ଭିଟାମିନ୍ ଏବଂ ପ୍ରୋଟିନ୍ ବ୍ରଣ, ଦାଗ ଆଦି ଦୂର କରିବା ସହ ମୁହଁର ଗ୍ଲୋ ବଢ଼ାଇଥାଏ।
୨ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଡ୍ରାଏ ତ୍ୱଚା ହୋଇଥିଲେ ଏଥିରେ ଏକ ଚାମଚ କାକୁଡ଼ି ରସ ମିଶାନ୍ତୁ। ମୁହଁକୁ ଧୋଇ ହାଲୁକା ପୋଛି ଦିଅନ୍ତୁ ଏବଂ ଏହି ପ୍ୟାକ୍କୁ ଲଗାନ୍ତୁ। ୧୫ମିନିଟ୍ ରଖିବା ପରେ ନର୍ମାଲ୍ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨ ଥର ଏହି ପ୍ୟାକ୍ ଲଗାଇବା ଦ୍ୱାରା ମୁହଁରେ ବ୍ରଣ, ଦାଗ ଆଦି ନ ହେବା ସହ ରଙ୍ଗ ଗୋରା ଏବଂ ଉଜ୍ଜ୍ୱଳ କରାଇଥାଏ।
୨ ଚାମଚ ବେସନ, ଚିମୁଟାଏ ହଳଦୀ ଗୁଣ୍ଡ, ଆବଶ୍ୟକ ପରିମାଣରେ ଗୋଲାପଜଳ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଅଧିକ ଡ୍ରାଏ ତ୍ୱଚା ପାଇଁ ଏହି ପ୍ୟାକ୍ରେ ଅଧ ଚାମଚ ସର ମିଶାଇ ପାରିବେ। ଏହାକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାଇ ଅଳ୍ପ ଶୁଖିବା ଯାଏ ରଖନ୍ତୁ। ଏହାପରେ ଧୀରେ ଧୀରେ ଅଙ୍ଗୁଳି ଟିପ ସାହାଯ୍ୟରେ ଘଷି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର ଏହି ପ୍ୟାକ୍ ଲଗାଇଲେ ରଙ୍ଗ ଗୋରା ହେବା ସହ କଳା ଦାଗ, ଟ୍ୟାନିଂ, ରିଙ୍କଲ୍ ମାର୍କ, ବ୍ରଣ ଆଦି ଦୂର ହୋଇଥାଏ।
ସ୍କିନ୍ଟୋନ୍କୁ ଲାଇଟ୍ କରିବା ପାଇଁ ଖଣ୍ଡେ ପାଚିଲା କଖାରୁକୁ ଗ୍ରାଇଣ୍ଡିଂ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ ଖୁବ୍ କମ୍ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଜାଣି ପାରିବେ।