ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ

ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍‌ ପାରିତ ହୋଇଛି। ଏଣିକି ସମଲିଙ୍ଗୀ ସମ୍ପର୍କକୁ ଅପ୍ରାକୃତିକ ଯୌନ ସମ୍ପର୍କ ଭାବେ ବିବେଚନା କରାଯିବ ନାହିଁ ବୋଲି ମିଳିତ ପ୍ୟାନେଲର ଉପାଧ୍ୟକ୍ଷ ଆଇନଜୀବୀ ଉଗେନ୍‌ ୱାଙ୍ଗଡି କହିଛନ୍ତି। ସଦନର ୬୯ ସଦସ୍ୟଙ୍କ ମଧ୍ୟରୁ ୬୩ ଜଣଙ୍କ ଭୋଟ ଆଇନ ସପକ୍ଷରେ ଯାଇଥିଲା। ସୂଚନାଯୋଗ୍ୟ, ଭାରତରେ ସମଲିଙ୍ଗୀ ସମ୍ପର୍କ ବୈଧ ବୋଲି ଆଇନ ଅଣାଯାଇଥିଲା।

Share