ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି ଏକ ନୂଆ ଆଇନ ଅଣାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ‘ପ୍ରକୃତି ବିରୋଧରେ ପାପ’ ବିବେଚନା କରୁଥିବା ପୁରୁଣାକାଳିଆ ଆଇନକୁ ୨୦୧୯ ଜାନୁୟାରୀରେ ହଟାଇ ଦିଆଯାଇଥିଲା। ତେବେ ଏଥିରେ ଅଣାଯାଇଥିବା ସଂଶୋଧନ ଉପରେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ରାଷ୍ଟ୍ରପତି ଜୋଆଓ ଲୋଉରେନ୍‌କୋ ମୋହର ଦେଇ ନ ଥିଲେ। ଆକ୍ଟିଭିଷ୍ଟ ଜିନ୍‌-ଲୁକ୍‌ ରୋମେରୋ-ମିଶେଲ ନୂଆ ଆଇନକୁ ଏକ ମହାନ୍‌ ପଦକ୍ଷେପ ଭାବେ ଅଭିହିତ କରି ଟୁଇଟ୍‌ କରିଛନ୍ତି। ଏଲ୍‌ଜିବିଟିକ୍ୟୁ ସମୁଦାୟ ବିରୋଧରେ ସରକାରୀ ଭେଦଭାବ ବିରୋଧୀ ଲଢ଼େଇରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ୨୦୧୯ରେ ଉଗାଣ୍ଡାର ନେତା ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ। ଗତବର୍ଷ ଏହି ସମୁଦାୟର ନାଇଜେରୀୟମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଚଳାଇଥିବାବେଳେ ପୋଲିସ ବର୍ବରତାର ସୀମା ଲଂଘିଥିଲା।

Share