ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି।
ଏଥି ସହିତ, ଆଇନ ଅନୁଯାୟୀ, ଯେଉଁମାନେ ସମଲିଙ୍ଗୀ ସମ୍ପର୍କ ରଖନ୍ତି ସେମାନଙ୍କ ପାଇଁ ୧୫ବର୍ଷ ଦଣ୍ଡ ମଧ୍ୟ ଘୋଷଣା କରାଯାଇଥିଲା। ଧାର୍ମିକ ମୂଲ୍ୟବୋଧ ଆଧାରରେ ଇରାକର ସଂସଦ ଏହି ଆଇନ ପ୍ରଣୟନ କରିଛି। ସୂଚନାଯୋଗ୍ୟ, ବେଶ୍ୟାବୃତ୍ତି ବିରୋଧରେ ଇରାକର ସଂସଦ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
LGBT ସମ୍ପ୍ରଦାୟ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ଇରାକର ଏହି ନିୟମକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଇରାକର ଏହି ନିଷ୍ପତ୍ତି ଉପରେ ଆମେରିକା ଏବଂ ୟୁରୋପୀୟ ୟୁନିଅନ ମଧ୍ୟ ଆପତ୍ତି ଜଣାଇଛନ୍ତି। ସୂଚନାଯୋଗ୍ୟ, ଯେଉଁମାନେ ଇରାକରେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବ।
ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏହି ନିଷ୍ପତ୍ତି ପାଇଁ ଆମେରିକା ଚିନ୍ତିତ। ଏହି ପରିବର୍ତ୍ତନ ସାମ୍ବିଧାନିକ ଭାବେ ସଂରକ୍ଷିତ ମାନବ ଅଧିକାର ଏବଂ ମୌଳିକ ସ୍ବାଧୀନତା ପାଇଁ ବିପଦ।
ଆମକେଷ୍ଟି ଇଣ୍ଟରନ୍ୟାସନାଲର ଇରାକ ଅନୁସନ୍ଧାନକାରୀ ରଜାଭ ସାଲିହି କହିଛନ୍ତି ଯେ, ଇରାକ LGBTI ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତି ବର୍ଷ ବର୍ଷ ଧରି କରାଯାଉଥିବା ଭେଦଭାବ ତଥା ହିଂସାକୁ ପ୍ରଭାବି ଢଙ୍ଗରେ ଆଇନରେ ସଂହିତାବଦ୍ଧ କରିଛି। ଇରାକର ଏହି ନିଷ୍ପତ୍ତି ନେଇ ହ୍ୟୁମାନ ରାଇଟ୍ସ ୱାଚ ସଦସ୍ୟ ସାରା ସମ୍ବର୍‌ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

Share