Categories: ବାଣିଜ୍ୟ

ହୋଣ୍ଡାର ଅଲ୍‌ ନ୍ୟୁ ସିବି୩୦୦ଆର୍‌ ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୦, (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଅଲ ନ୍ୟୁ ସିବି୩୦୦ଆରକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଓବିଡି୨ଏ ନିୟମ ପାଳନ କରୁଥିବା ୨୦୨୩ ସିବି୨୦୦ଆର୍‌ର ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ନିଓ ସ୍ପୋର୍ଟସ୍‌ କାଫେ ରୋଡ୍‌ଷ୍ଟର୍‌ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ମୋଟରସାଇକେଲ୍‌ର ବୁକିଂର ଶୁଭାରମ୍ଭ ମଧ୍ୟ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଓବିଡି୨ଏ ନିୟମ ପାଳନ କରୁଥିବା ଇଞ୍ଜିନ ବ୍ୟବହାର କରାଯାଇଥିବା ୨୦୨୩ ସିବି୩୦୦ଆର୍‌କୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ଆମେ ବେଶ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଭାରତୀୟ ଚାଳକମାନଙ୍କ ଲାଗି ଆଜି ସିବି୩୦୦ଆର୍‌କୁ ଉନ୍ମୋଚନ କରାଯିବା ସହ ଏଚ୍‌ଏମ୍‌ଏସ୍‌ଆଇର ମଧ୍ୟମ-ଓଜନ ଉଚ୍ଚ ପ୍ରଦର୍ଶନ ମୋଟରସାଇକେଲ୍‌ ଉପତ୍ାଦ ବର୍ଗମାଳା ଆହୁରି ସମୃଦ୍ଧ ହୋଇଛି। ଉଲ୍ଲେଖଯୋଗ୍ୟ, ସିବି୧୦୦୦ଆର୍‌ ଡିଜାଇନ୍‌ରୁ ଅନୁପ୍ରାଣିତ ହୋଇ ନୂଆ ୨୦୨୩ ସିବି୩୦୦ଆର୍‌କୁ ପ୍ରସ୍ତୁତ କରାଯାଇଛି। ଏହାର ବଡ଼ ତେଲ ଟାଙ୍କିକୁ ନିଓ ସ୍ପୋର୍ଟ କାଫେର ଡିଏନ୍‌ଏ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ବ୍ୟବହାର କରାଯାଇଛି। ୧୪୬ କେଜିର ଉକ୍ତ ବାଇକ୍‌ ଏହି ବର୍ଗରେ ସବୁଠୁ ହାଲୁକା ହୋଇଥିବା ବେଳେ ଏଥିରେ ଆଡଜଷ୍ଟେବଲ୍‌ ମୋନୋସକ୍‌ ଅବ୍‌ଜରବର, ଡୁଆଲ ଚ୍ୟାନେଲ୍‌ ଏବିଏସ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଇନଷ୍ଟ୍ରୁମେଂଟ୍‌ କ୍ଲଷ୍ଟର୍‌, ଏମର୍ଜେନ୍ସି ଷ୍ଟପ୍‌ ସିଗ୍‌ନାଲ୍‌ ଓ ହାଜାର୍ଡ ଲାଇଟ୍‌, ୨୮୬.୦୧ ସିସି ୪ ଷ୍ଟ୍ରୋକ୍‌ ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ଏ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇଇଞ୍ଜିନ୍‌ ରହିଛି। ଏହା ପର୍ଲ ସ୍ପାର୍ଟାନ ରେଡ୍‌ ଓ ମ୍ୟାଟ୍‌ ମାସିଭ୍‌ ଗ୍ରେ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ। ଅପରପକ୍ଷରେ ଆଶାୟୀ ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍‌ ଡିଲରଶିପ୍‌ରେ ଏହାର ବୁକିଂ କରିପାରିବେ। ୨୦୨୩ ହୋଣ୍ଡା ସିବି୩୦୦ଆର୍‌ର ମୂଲ୍ୟ ୨,୪୦,୦୦୦ ଟଙ୍କା (ଏକ୍ସ ଶୋ’ରୁମ୍‌, ଦିଲ୍ଲୀ) ରହିଛି।

Share