Categories: ବାଣିଜ୍ୟ

ହୋଣ୍ଡାର ଅଲ୍‌ ନ୍ୟୁ ଡିଓ ୧୨୫ଉନ୍ମୋଚିତ

ଭୁବନେଶ୍ୱର,୩୧।୭ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ଡିଓ ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏହି ଅବସରରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସୁମୁ ଓଟାନି କହିଛନ୍ତି, ୨୦୦୨ରେ ହୋଣ୍ଡା ଡିଓର ଶୁଭାରମ୍ଭ ସହିତ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଭାରତରେ ମୋଟୋ-ସ୍କୁଟର ପରିକଳ୍ପନାକୁ ଉପସ୍ଥାପନ କରାଯାଇଛି। ସମ୍ପୂର୍ଣ୍ଣ ନୂଆ ୧୨୫ ସିସି ରୂପରେ ହୋଣ୍ଡା ଡିଓ ୧୨୫କୁ ଯୁବ ଭାରତୀୟ ଗ୍ରାହକଙ୍କ ଅଭିଳାଷ ପୂରଣ କରିବା ଲାଗି ପ୍ରସ୍ତୁତ ଓ ବିକାଶ କରାଯାଇଛି।

ଶକ୍ତିଶାଳୀ ଇଞ୍ଜିନ ବ୍ୟତୀତ ହୋଣ୍ଡା ଡିଓ ୧୨୫ରେ ବିଶ୍ୱସ୍ତରରେ ପ୍ରଶଂସନୀୟ ହୋଣ୍ଡା ସ୍ମାର୍ଟ ସିଟି ସମେତ ଉନ୍ନତ ସ୍ପୋର୍ଟି ଡିଜାଇନ୍‌ ଓ ଅତ୍ୟାଧୁନିକ ପ୍ରଯୁକ୍ତି ଆଦି ସାମିଲ ରହିଛି। ସେହିଭଳି ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଆମେ ଆମ ଗ୍ରାହକଙ୍କ ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବା ଉପରେ ବିଶ୍ୱାସ କରୁ। ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଡିଓ ୧୨୫ ହେଉଛି ସ୍ପୋର୍ଟି ଡିଜାଇନ୍‌, ଉନ୍ନତ ପ୍ରଯୁକ୍ତି ଓ ଆକର୍ଷଣୀୟ ସହଜତାର ଏକ ମିଶ୍ରଣ। ଆମେ ଗର୍ବର ସହ ଏକ ମାଷ୍ଟରପିସ୍‌ ଉପସ୍ଥାପନ କରୁଛୁ, ଯାହା ଏହାର ସୁବିଧାସୁଯୋଗ ଓ ନିରବଚ୍ଛିନ୍ନ କାର୍ଯ୍ୟଦକ୍ଷତା ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଡିଓ ୧୨୫ ସହିତ ଗାଡ଼ି ଚାଳନା ଅଭିଳାଷକୁ ବଢ଼ାଇବା ଏବଂ ରୋମାଞ୍ଜର ଏକ ନୂଆ ଯାତ୍ରା ଆରମ୍ଭ କରିବା ଲାଗି ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ।

ଉଲ୍ଲେଖଯୋଗ୍ୟ, ନୂଆ ଡିଓ ୧୨୫ର ନୂଆ ଲୋଗୋ ଓ ଗ୍ରାଫିକ୍ସ ଏହାକୁ ବେଶ ଆକର୍ଷଣୀୟ କରିପାରିଥିବା ବେଳେ ଡୁଆଲ ଆଉଟ୍‌ଲେଟ୍‌ ମଫଲର,ସ୍ପୋର୍ଟି ଏକ୍‌ଜଷ୍ଟ୍‌ ନୋଟ୍‌, ସ୍ପୋର୍ଟି ସାମ୍ନା ପାର୍ଶ୍ୱ ଏବଂ ଆଧୁନିକ ଟେଲ୍‌ ଲ୍ୟାମ୍ପ୍‌ ସହ ସ୍ପ୍ଲିଟ୍‌ ଗ୍ରାବ୍‌ ରେଲ୍‌ ଏହାର ଡିଜାଇନ୍‌କୁ ବେଶ୍‌ ଉନ୍ନତ କରିପାରିଛି। ଏଥିରେ ହୋଣ୍ଡା ସ୍ମାର୍ଟ କି’ ସିଷ୍ଟମ୍‌, ଓବିଡି୨ ନିୟମ ପାଳନ କରୁଥିବା ବିଏସ୍‌-୬ ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ, ଆଇଡିଲ୍‌ ଷ୍ଟପ୍‌ ସିଷ୍ଟମ୍‌, ସାଇଡ୍‌ ଷ୍ଟାଣ୍ଡ୍‌ ଇଣ୍ଡିକେଟର, ଇଞ୍ଜିନ ଇନହିବିଟର, ସମ୍ପୂର୍ଣ୍ଣ ଡିଜିଟାଲ୍‌ ମିଟର ଆଦି ଉନ୍ନତ ପ୍ରଯୁକ୍ତି ରହିଛି।

Share