ହୋଣ୍ଡା ଆମେଜ୍‌ର ବିକ୍ରି ମାଇଲଖୁଣ୍ଟ ହାସଲ

ନୂଆଦିଲ୍ଲୀ,୯।୯:ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଲୋକପ୍ରିୟ ଫ୍ୟାମିଲି ସେଡାନ୍‌ ହୋଣ୍ଡା ଆମେଜ୍‌ ଏକ ବିରଳ ରେକର୍ଡର ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହାର (ଆମେଜ୍‌) ପୌନପୁନିକ ବିକ୍ରୟ ୫ଲକ୍ଷ ୟୁନିଟ୍‌ ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ଆମେଜ୍‌ ହେଉଛି ବର୍ତ୍ତମାନ ଏଚ୍‌ସିଆଇଏଲ୍‌ର ସର୍ବାଧିକ ବିକ୍ରି ହେଉଥିବା ମଡେଲ, ଯାହାକି କମ୍ପାନୀର ବିକ୍ରୟର ୪୦% ରୁ ଅଧିକ ରହିଛି। ଏହା ଏକ ଭାରତ ଉପଯୋଗୀ ଉପତ୍ାଦ ହୋଇଥିବାରୁ ଭାରତରେ ନିର୍ମିତ ଆମେଜ୍‌କୁ ରାଜସ୍ଥାନରେ ହୋଣ୍ଡାର ଟାପୁକାରା ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି। ଏହାକୁ ‘ୱାନ୍‌ କ୍ଲାସ୍‌ ଆବୋଭ୍‌ ସେଡାନ୍‌’ ଭାବେ ମଧ୍ୟ ଡିଜାଇନ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ପ୍ରେସିଡେଣ୍ଟ ତଥା ସିଇଓ ତାକୁୟା ସୁମୁରା କହିଛନ୍ତି, ହୋଣ୍ଡା ଆମେଜ୍‌ ୫ ଲକ୍ଷ ୟୁନିଟ ବିକ୍ରିର ମାଇଲଖୁଣ୍ଟ ହାସଲ କରିଥିବାରୁ ଏହା ଆମ ପାଇଁ ଏକ ଗୌରବର ବିଷୟ। ଏହି ବ୍ରାଣ୍ଡ ପାଇଁ ଗ୍ରାହକମାନେ ସେମାନଙ୍କର ଭଲ ପାଇବା ଦେଇଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ଓ ଆମ ପାର୍ଟନରମାନେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ଆମେ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛୁ। ଛୋଟ ଓ ବଡ଼ ସହରରେ ଏହାର ଲୋକପ୍ରିୟତା ପ୍ରମାଣିତ କରିଛି ଯେ ପ୍ରିମିୟମ ସେଡାନ୍‌ କେବଳ ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରି ନ ଥାଏ ବରଂ ଏହା ସେମାନଙ୍କର ଆଶାକୁ ମଧ୍ୟ ଅତିକ୍ରମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

SBIର ଏହି ସ୍କିମରେ ୩ ବର୍ଷ ପାଇଁ କରନ୍ତୁ ନିବେଶ ମିଳିବ ୬.୯୦ ଲକ୍ଷ ଟଙ୍କାରୁ ଅଧିକ, ଆଜି ନିଅନ୍ତୁ ଫାଇଦା

ନୂଆଦିଲ୍ଲୀ, ୭।୧: ଏସବିଆଇ ଅର୍ଥାତ୍‌ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ନିବେଶକମାନଙ୍କୁ ଆକର୍ଷଣୀୟ ସୁଧ ହାର...

ନିବେଶକ ହରାଇଲେ ୯ ଲକ୍ଷ କୋଟି

ମୁମ୍ବାଇ,୭।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍‌ଏମ୍‌ପିଭିର ପ୍ରାଥମିକ ପ୍ରଭାବ ଯୋଗୁ...

ରସକିକ୍‌ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ

ମୁମ୍ବାଇ,୭।୧ (ଅଭୟ ଦାଶ): ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ମୃଦୁପାନୀୟ ବ୍ରାଣ୍ଡ୍‌ ‘ରସକିକ୍‌ ଗ୍ଲୁକୋ ଏନର୍ଜି’ର ଶୁଭାରମ୍ଭ ନିକଟରେ...

ଡିସେମ୍ବରରେ ୧୦,୬୩୯ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୭।୧: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା ଟ୍ରାକ୍ଟର୍ସ’ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଡିସେମ୍ବରରେ...

ପତଞ୍ଜଳିର ୩୦ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ୩୦ତମ ପୂର୍ତ୍ତି ଉତ୍ସବ ରବିବାର ହରିଦ୍ୱାରର ପତଞ୍ଜଳି ୱେଲ୍‌ନେସସ୍ଥିତ ଯୋଗ ଭବନ...

ବୈଦ୍ୟୁତିକ ଯାନର ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬।୧: ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ( ଇଲେକଟ୍ରିକ ଭେହିକିଲ ବା ଇଭି) ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି।...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

ଶକ୍ତି ସଂରକ୍ଷଣରେ ଟିପିସିଓଡିଏଲ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୫।୧ (ଅଭୟ ଦାଶ):ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ଓ ୪-ତାରକା ମାନ୍ୟତା ମିଳିଛି। ଏପରିକି ଶକ୍ତି ସଂରକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri