ନୂଆଦିଲ୍ଲୀ, ୫।୭:: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ ଭାରତରେ ଏହାର ବିଭିନ୍ନ ମଡେଲ କାର ଦର ବଢାଇବାକୁ ଯାଉଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କଞ୍ଚାମାଲ ଦର ବଢିବା ଯୋଗୁ ଏଭଳି ଦର ବୃଦ୍ଧି ନେଇ ବିଚାର କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି। ବର୍ତ୍ତମାନ ଲୌହ ସମେତ ଅନ୍ୟ ମେଟାଲ ଦର ବଢିଛି। କାର ପ୍ରସ୍ତୁତି ଲାଗି ବିଭିନ୍ନ ଧାତୁ ବିଶେଷ ଭାବେ ବ୍ୟବହାର ହୋଇଥାଏ। ହୋଣ୍ଡା କାର୍ କମ୍ପାନୀ ଭାରତରେ ସିଟି ଏବଂ ଆମେଜ ଭଳି ଅନ୍ୟ କିଛି ମଡେଲ ବିକ୍ରି କରୁଛି। କେଉଁ ମଡେଲ ଉପରେ ଦର କେତେ ବଢିବ ସେ ନେଇ କମ୍ପାନୀ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଭାବେ ସୂଚନା ଦେଇନାହିଁ। କମ୍ପାନୀର ସେଲ୍ସ ଆଣ୍ଡ ମାର୍କେଟିଂ ବିଭାଗ ବରିଷ୍ଠ ଉପାଧ୍ୟକ୍ଷ ରାଜେଶ ଗୋୟଲ କହିଛନ୍ତି- ଇସ୍ପାତ, ଆଲୁମିନିୟମ ଭଳି ଧାତୁର ଦର ବର୍ତ୍ତମାନ ବଢିଛି। ତେବେ ଅଗଷ୍ଟଠାରୁ ଏହି ମୂଲ୍ୟ ବୃଦ୍ଧି ହେବ ବୋଲି ଜଣାପଡିଛି।