Categories: ବାଣିଜ୍ୟ

ଘରୋଇ ବଜାରରେ ହୋଣ୍ଡା ଏଲିଭେଟ୍‌

ଭୁବନେଶ୍ୱର, ୫।୯: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଏସ୍‌ୟୁଭି ‘ଏଲିଭେଟ୍‌’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏଚ୍‌ସିଆଇଏଲର ପ୍ରେସିଡେଣ୍ଟ ତଥା ସିଇଓ ତାକୁୟା ସୁମୁରା କହିଛନ୍ତି, ମଜଭୁତ ଭାବେ ଆଶା କରାଯାଉଥିବା ଏହି ମଧ୍ୟମ ଆକାର ଏସୟୁଭି ‘ହୋଣ୍ଡା ଏଲିଭେଟ’କୁ ଭାରତ ବଜାରରେ ପ୍ରବେଶ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ବିଶ୍ୱସ୍ତରରେ ପ୍ରଦର୍ଶିତ ହେବା ପରେ ଏଲିଭେଟ ଗ୍ରାହକମାନଙ୍କ ନିକଟରୁ ଅତୁଳନୀୟ ପ୍ରଶଂସା ଏବଂ ଗ୍ରହଣୀୟତା ଲାଭ କରିଛି। ଏପରିକି ଆଗ୍ରହର ସହିତ ଅପେକ୍ଷା କରିଥିବା ଭାରତୀୟ ଗ୍ରାହକଙ୍କ ନିମନ୍ତେ ଆମେ ଏଲିଭେଟର ମୂଲ୍ୟ ଘୋଷଣା କରି ବେଶ୍‌ ଆନନ୍ଦ ଅନୁଭବ କରୁଛୁ। ଅପରପକ୍ଷରେ ହୋଣ୍ଡା ଏଲିଭେଟ ୧.୫ ଏଲ୍‌ଆଇ-ଭିଟେକ ଡିଓଏଚ୍‌ସି ପେଟ୍ରୋଲ ଇଞ୍ଜିନରେ ପରିଚାଳିତ ହେଉଥିବାବେଳେ ୮୯ କେଡବ୍ଲ୍ୟୁ (୧୨୧-ପିଏସ) ଶକ୍ତି ଏବଂ ୧୪୫ ଏନ୍‌ଏମ୍‌ ଟର୍କ ଉପତ୍ନ୍ନ କରୁଛି। ସେହିଭଳି ଏଲିଭେଟରେ ୬-ସ୍ପିଡ ମାନୁଆଲ ଟ୍ରାନ୍ସମିଶନ ଏବଂ ୭-ସ୍ପିଡ କଣ୍ଟିନ୍ୟୁଅସଲି ଭାରିଏବଲ ଟ୍ରାନ୍ସମିଶନ (ସିଭିଟି) ରହିଥିବା ବେଳେ ଯଥାକ୍ରମେ ଲିଟର ପିଛା ୧୫.୩୧ କିଲୋମିଟର ଓ ୧୬.୯୨ କିଲୋମିଟର ଇନ୍ଧନ ସଞ୍ଚୟକାରୀ ମାଇଲେଜ ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ହୋଣ୍ଡା ଏଲିଭେଟ ୪ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ ସିଙ୍ଗଲ-ଟୋନ୍‌ରେ ୭ଟି ଏବଂ ଡୁଆଲ-ଟୋନ୍‌ରେ ୩ଟି ଆକର୍ଷଣୀୟ ରଙ୍ଗ (କଲର)ର ମଡେଲ ବଜାରକୁ ଆସିଥିବା ହୋଣ୍ଡା ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ମଡେଲଗୁଡିକର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ଶୋ’ରୁମ ) ପ୍ରାୟ ୧୧ରୁ ୧୬ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Share