ଭୁବନେଶ୍ୱର,୪।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ମଧ୍ୟମ-ଆକାରର ଏସ୍ୟୁଭି ‘ହୋଣ୍ଡା ଏଲିଭେଟ୍’ର ପ୍ରାକ୍-ଉନ୍ମୋଚନ ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ଥିବା ହୋଣ୍ଡାର ସମସ୍ତ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ( ହୋଣ୍ଡା ଶୋ’ରୁମ୍) ସହିତ ହୋଣ୍ଡାର ଅନଲାଇନ୍ ସେଲ୍ସ ପ୍ଲାଟଫର୍ମ ‘ହୋଣ୍ଡା ଫ୍ରମ୍ ହୋମ୍’ ଜରିଆରେ ମଧ୍ୟ ଗ୍ରାହକମାନେ ହୋଣ୍ଡା ଏଲିଭେଟ୍ର ବୁକିଂ କରିପାରିବେ ବୋଲି ଏଚ୍ସିଆଇଏଲ୍ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରଥମ ବଜାର ଭାବେ ଭାରତରେ ଚଳିତ ବର୍ଷ ଉତ୍ସବ ଋତୁ ସମୟରେ ହୋଣ୍ଡା ଏଲିଭେଟ୍କୁ ଉନ୍ମୋଚନ କରାଯିବ।
ଏ ସମ୍ପର୍କରେ ଏଚ୍ସିଆଇଏଲର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍ସ) ୟୁଇଚି ମୁରାଟା କହିଛନ୍ତି, ଚଳିତ ବର୍ଷ ଜୁନରେ ହୋଣ୍ଡା ଏଲିଭେଟ୍ର ୱାର୍ଲଡ୍ ପ୍ରିମିୟର ଉନ୍ମୋଚନ ହେବା ପରଠାରୁ ଉକ୍ତ ମଡେଲକୁ ବିପୁଳ ଜନ ସମର୍ଥନ ମିଳିଛି। ବିଶେଷ କରି ଏହି ବହୁ ପ୍ରତୀକ୍ଷିତ ମଡେଲ୍ର ପ୍ରାକ୍-ଉନ୍ମୋଚନ ବୁକିଂର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିତ ଅଛୁ, ଯାହାର ବିକ୍ରି ୨୦୨୩ ସେପ୍ଟେମ୍ବରରେ ଆରମ୍ଭ ହେବ। ସେହିପରି ଗଭୀର ଗବେଷଣା ଓ ଗ୍ରାହକମାନଙ୍କ ବ୍ୟାପକ ମତାମତକୁ ନେଇ ଆମେ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଓ ଅଭିଳାଷକୁ ପୂରଣ କରିବା ଲାଗି ଏହି କାର୍ ପ୍ରସ୍ତୁତ କରିଛୁ। ଆମର ବିଶ୍ୱାସ ରହିଛି ଯେ ନୂଆ ମଡେଲ୍ ଏଲିଭେଟ୍ ବଜାରରେ ବିଶେଷ ସଫଳତା ହାସଲ କରିବ। ‘ଅର୍ବାନ ଫ୍ରିଷ୍ଟାଇଲର୍’ ପରିକଳ୍ପନା ଆଧାରରେ ବିକାଶ କରାଯାଇଥିବା ହୋଣ୍ଡା ଏଲିଭେଟ୍କୁ ଚଳଚଞ୍ଚଳ ଜୀବନଶୈଳୀ ଓ ବିଶ୍ୱ ମାନସିକତାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି। ଥାଇଲାଣ୍ଡ୍ ସ୍ଥିତ ହୋଣ୍ଡା ଆର୍ଆଣ୍ଡ୍ଡି ଏସିଆ ପାସିଫିକ୍ କେନ୍ଦ୍ର ଦ୍ୱାରା ବିକାଶ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଏଲିଭେଟ୍ ମାନ୍ୟତା, ଆରାମ ଓ ଏକ ଚଳଚଞ୍ଚଳ ଜୀବନଶୈଳୀ ଚାହୁଁଥିବା ଯୁବ ଗ୍ରାହକମାନଙ୍କ ଆବଶ୍ୟକତା ଓ ଅଭିଳାଷ ପୂରଣ କରିବ। ଅପରପକ୍ଷରେ ମ୍ୟାନ୍ ମ୍ୟାକ୍ସିମମ୍ ମେଶିନ୍ ମିନିମମ୍କୁ ନେଇ ହୋଣ୍ଡାର ରହିଥିବା ନୀତି ଉପରେ ଆଧାରିତ ଏଲିଭେଟ୍ ଶ୍ରେଷ୍ଠ ମାନର ହ୍ବିଲ୍ ବେସ୍, ଅଧିକ ସ୍ଥାନ ଥିବା ହେଡ୍ରୁମ୍, ନିରୁମ୍, ଲେଗ୍ ରୁମ୍ ଏବଂ ୪୫୮ ଲିଟରର ଫାଙ୍କା କାର୍ଗୋ ସ୍ଥାନ ସହ ଏକ ଉତ୍କୃଷ୍ଟ ଭିତର ପାର୍ଶ୍ୱ କ୍ୟାବିନ୍ ପ୍ରଦାନ କରୁଛି।