Categories: ବାଣିଜ୍ୟ

ହୋଣ୍ଡା ଏଲିଭେଟର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୮।୧୨ (ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ହୋଣ୍ଡା ଏଲିଭେଟ୍‌’ର ସର୍ବଭାରତୀୟ ଉନ୍ମୋଚନ (୨୦୨୩ ସେପ୍ଟେମ୍ବର) ନିକଟରେ ହୋଇଯାଇଛି। ଗତ ୪ମାସ ମଧ୍ୟରେ କମ୍ପାନୀ ଏକ ନୂତନ ମାଇଲଖୁଣ୍ଡ ସହ ବ୍ରାଣ୍ଡର ଉକ୍ତ ମଡେଲ ଉଲ୍ଲେଖନୀୟ ବିକ୍ରି ସଫଳତା ହାସଲ କରିଛି। ଏପରି କି ଉକ୍ତ ମଡେଲର ବଜାର ପ୍ରବେଶର ୧୦୦ ଦିନ ମଧ୍ୟରେ କମ୍ପାନୀ ପ୍ରାୟ ୨୦,୦୦୦ ହୋଣ୍ଡା ଏଲିଭେଟ୍‌ ମଡେଲ ବିକ୍ରି କରିଛି।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ନିର୍ଦ୍ଦେଶକ (ମାର୍କେଟିଂ) ୟୁଚି ମୁରତ୍ତା କହିଛନ୍ତି, ହୋଣ୍ଡା ଏଲିଭେଟର ବିକ୍ରି ସଫଳତା ଓ ନୂତନ ମାଇଲଖୁଣ୍ଟ ଆମ ପାଇଁ ବେଶ୍‌ ଗୌରବର ବିଷୟ ହୋଇଥିଲା ବେଳେ ବ୍ରାଣ୍ଡର ଚାହିଦା ଉଭୟ କମ୍ପାନୀ ଓ କର୍ମଚାରୀଙ୍କ ପାଇଁ ନୂଆ ଉତ୍ସାହ ଆଣି ଦେଇଛି। ବିଶେଷ କରି ହୋଣ୍ଡାର ଏଲିଭେଟର ବିକ୍ରି ଶୁଭାରମ୍ଭର ପ୍ରଥମ ୧୦୦ ଦିନରେ କମ୍ପାନୀ ୨୦,୦୦୦ ୟୁନିଟ ବିକ୍ରି କରି ନୂଆ ସଫଳତା ହାସଲ କରିଛି।

Share