Categories: ବାଣିଜ୍ୟ

ହୋଣ୍ଡାର ମନ୍‌ସୁନ ଚେକ୍‌-ଅପ୍‌ କ୍ୟାମ୍ପ

ନୂଆଦିଲ୍ଲୀ,୨୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏକ ୧୨ ଦିନିଆ ମନ୍‌ସୁନ୍‌ ଚେକ୍‌-ଅପ୍‌ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ କ୍ୟାମ୍ପ ସର୍ବଭାରତୀୟ ସ୍ତରରେ ଆୟୋଜିତ ହେଉଛି। ଏପରିକି କମ୍ପାନୀର ସମସ୍ତ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକରେ ଉକ୍ତ କ୍ୟାମ୍ପ ୨୦୨୩ ଜୁନ ୩୦ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଉଲ୍ଲେଖଯୋଗ୍ୟ କମ୍ପାନୀର ଗ୍ରାହକ-କୈନ୍ଦ୍ରିକ ଅଭିଯାନ ଜରିଆରେ କମ୍ପାନୀର ଗାଡି ମାଲିକମାନଙ୍କୁ ମାଗଣାରେ ୩୨-ପଏଣ୍ଟ କାର ଚେକ୍‌ ଅପ୍‌ ସହିତ ଟପ ଓ୍ବାଶ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏହା ବ୍ୟତୀତ କିଛି ନିର୍ଦ୍ଦିଷ୍ଟ ପାର୍ଟସ ଉପରେ ମଧ୍ୟ ସୁବିଧା ସ୍କିମ ଆକାରରେ ଯୋଗାଇ ଦିଆଯାଉଛି, ଯେପରି ଓ୍ବାଇପର ବ୍ଲେଡ/ରବର, ଟାୟାର ଏବଂ ବ୍ୟାଟେରି, ଡୋର ରବର ସିଏ ଆଣ୍ଡ ସିର୍ଭିସ ଯଥା ହେଡଲ୍ୟାମ୍ପ କ୍ଳିନିଂ, ଫ୍ରଣ୍ଟ ଉଇଣ୍ଡସଲିଡ୍‌ କ୍ଲିନିଂ ଏବଂ ଅଣ୍ଡରବଡି ଆଣ୍ଟି ରଷ୍ଟ କୋଟିଂ ଆଦି ସେବା ଉପରେ ଆକଷର୍ଣୀୟ ସ୍କିମ ପ୍ରଦାନ କରାଯାଉଛି। ସେହିପରି କମ୍ପାନୀର ଗ୍ରାହକ ସର୍ବୋତ୍ତମ ଏକ୍ସଚେଞ୍ଜ ପ୍ରାଇସ ପାଇଁ ମଧ୍ୟ ସେମାନଙ୍କ କାର୍‌ର ଇଭାଲୁଏଶନ୍‌ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share