Categories: ବାଣିଜ୍ୟ

ବଜାରରେ ହୋଣ୍ଡା ମୋଟରସାଇକେଲର ନୂଆ ସିବି ୩୫୦

ଭୁବନେଶ୍ୱର,୨୦।୧୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ମଡେଲ ଅଲ୍‌ ନ୍ୟୁ ରେଟ୍ରୋ କ୍ଲାସିକ ସିବି୩୫୦କୁ ନିକଟରେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଅଲ ନ୍ୟୁ ସିବି୩୫୦ର ଉନ୍ମୋଚନ ସହିତ ମଧ୍ୟମ ଆକାରର ୩୫୦ସିସି ମୋଟରସାଇକେଲ ବର୍ଗକୁ ସମ୍ପ୍ରସାରଣ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ହୋଣ୍ଡାର ସିବି ଡିଏନ୍‌ଏର ସମୃଦ୍ଧ ପରମ୍ପରାକୁ ଗର୍ବର ସହିତ ଏହା ଆଗକୁ ବଢ଼ାଇଛି ଏବଂ ଏହା ଗ୍ରାହକମାନଙ୍କୁ ଗାଡ଼ିଚାଳନାର ଖୁସି ପ୍ରଦାନ କରିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ର ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ସମ୍ପୂର୍ଣ୍ଣ ନୂଆ ସିବି୩୫୦ର ଉନ୍ମୋଚନ ଆମର ସମୃଦ୍ଧ ପ୍ରିମିୟମ ମୋଟରସାଇକେଲ ବ୍ୟବସାୟ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ଉନ୍ମୋଚନ ପରଠାରୁ ଏହା ହୋଣ୍ଡାର ମଧ୍ୟମ ଓଜନର ୩୫୦ସିସି ମୋଟରସାଇକେଲ୍‌ ବିଭିନ୍ନ ବଜାରରେ ଗ୍ରାହକମାନଙ୍କୁ ଉଲ୍ଲସିତ କରିଛି।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ନୂଆ ସିବି ୩୫୦ରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା, ରେଟ୍ରୋ ଲୁକ୍‌, ମେଟାଲ୍‌ ଫେଣ୍ଡର, ଡିଜିଟାଲ ଆନାଲଗ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆସିଷ୍ଟ ଆଣ୍ଡ୍‌ ସ୍ଲିପର କ୍ଲଚ୍‌, ହୋଣ୍ଡା ସିଲେକ୍ଟେବଲ୍‌ ଟର୍କ କଂଟ୍ରୋଲ, ଏମର୍ଜେନ୍ସି ଷ୍ଟପ ସିଗ୍ନାଲ, ଟେଲିସ୍କୋପିକ୍‌ ସାମ୍ନା ଫର୍କ, ନାଇଟ୍ରୋଜେନ ଚାର୍ଜଡ୍‌ ପଛ ସସ୍‌ପେନ୍‌ସନ, ଡିସ୍‌ ବ୍ରେକ୍‌, ଡୁଆଲ ଚ୍ୟାନେଲ୍‌ ଏବିଏସ୍‌, ୩୪୮.୩୬ ସିସି ଏୟାର କୁଲଡ୍‌, ୪ ଷ୍ଟ୍ରୋକ୍‌ ସିଙ୍ଗିଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଞ୍ଜିନ ସାମିଲ ରହିଛି। ଏପରିକି ୫ଟି ଆକର୍ଷଣୀୟ ରଙ୍ଗ (କଲର) ପ୍ରିସିୟସ୍‌ ରେଡ୍‌ ମେଟାଲିକ୍‌,ପର୍ଲ ଇଗ୍ନିଅସ ବ୍ଲାକ୍‌, ମ୍ୟାଟ୍‌ କ୍ରଷ୍ଟ ମେଟାଲିକ୍‌, ମ୍ୟାଟ ମାର୍ସଲ ଗ୍ରୀନ ମେଟାଲିକ ଓ ମ୍ୟାଟ୍‌ ଡ୍ୟୁନ ବ୍ରାଉନ ରଙ୍ଗରେ ଉକ୍ତ ମଡେଲ ଉପଲବ୍ଧ।

Share