ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଓବିଡି୨ ନିୟମ ପାଳନ କରୁଥିବା ସମ୍ପୂର୍ଣ୍ଣ ନୂଆ୨୦୨୩ ଡିଓର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ଏଚ୍ଏମ୍ଏସ୍ଆଇର ନିର୍ଦ୍ଦେଶକ (ସେଲ୍ସ ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ନୂଆ ୨୦୨୩ ଡିଓରେ ସ୍ପୋର୍ଟି ଆକର୍ଷଣୀୟ ଡିଜାଇନ୍ ଓ ହୋଣ୍ଡା ସ୍ମାଟ କିଭଳି ଉନ୍ନତ ପ୍ରଯୁକ୍ତି ସହିତ କୌତୁକ ସନ୍ଧାନରେ ଥିବା ଗ୍ରାହକଙ୍କ ମଧ୍ୟରେ ନୂଆ ରୋମାଞ୍ଚ ସୃଷ୍ଟି କରିବ। ସେହିଭଳି କମ୍ପାନୀ ପକ୍ଷରୁ ୧୦ ବର୍ଷର (୩ ବର୍ଷ ସାଧାରଣ+୭ ବର୍ଷର ବର୍ଦ୍ଧିତ ୱାରେଣ୍ଟି ବିକଳ୍ପ) ୱାରେଣ୍ଟି ସୁବିଧା ପ୍ରଦାନ କରାଯାଉଛି। ଏପରିକି ୨୦୨୩ ଡିଓ ଷ୍ଟାଣ୍ଡାର୍ଡ, ଡିଲକ୍ସ ଓ ସ୍ମାର୍ଟ ଭଳି ୩ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ବେଳେ ତାହାର ମୂଲ୍ୟ ଯଥାକ୍ରମେ ୭୦,୨୧୧ ଟଙ୍କା, ୭୪,୨୧୨ ଟଙ୍କା ଓ ୮୮,୭୧୨ ଟଙ୍କା ରହିଛି। ସେହିପରି ଏହାର ଷ୍ଟାଣ୍ଡାର୍ଡ ଭର୍ସନ ସ୍ପୋର୍ଟସ୍ ରେଡ୍୨, ଜାଜି ବ୍ଲୁ ମେଟାଲିକ୍, ମାଟ୍ ଆକ୍ସିସ୍ ଗ୍ରେ ମେଟାଲିକ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଡିଲକ୍ସ ମଡେଲ୍ ଡାଜେଲ୍ ୟେଲୋ ମେଟାଲିକ୍, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍, ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ ରଙ୍ଗ ଏବଂ ସ୍ମାର୍ଟ ଭାରିଆଣ୍ଟ୍ ପର୍ଲ ଇଗ୍ନେଅସ ବ୍ଲାକ୍, ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଓ ମ୍ୟାଟ୍ ଡାର୍କ ବ୍ଲୁ ମେଟାଲିକ୍ ରଙ୍ଗରେ ଉପଲବ୍ଧ ରହିଛି।