Categories: ବାଣିଜ୍ୟ

ହୋଣ୍ଡାର ନ୍ୟୁ ଆଡ୍‌ଭାନ୍ସ ଆକ୍ଟିଭା-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ୨ ଚିକିଆ ବ୍ରାଣ୍ଡ୍‌ ‘ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ)ର ନ୍ୟୁ ଆଡଭାନ୍ସ ଆକ୍ଟିଭା ୨୦୨୩ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏକ ନିର୍ଦ୍ଧାରିତ ସମୟ ଚଳିତ ବର୍ଷ ଏପ୍ରିଲ୍‌ ପୂର୍ବରୁ କମ୍ପାନୀ ଏହାର ନୂତନ ଟେକ୍ନୋଲୋଜିକୁ ମଧ୍ୟ ଉନ୍ମୋଚନ କରିଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ଆତସୁଶି ଓଗାତା କହିଛନ୍ତି, ବର୍ତ୍ତମାନ ସମୟରେ ଆକ୍ଟିଭା ସ୍କୁଟର ବଜାରକୁ ପୁନଃ ସକ୍ରିୟ କରିବା ସହ ଦଶନ୍ଧିରୁ ଅଧିକ ସମୟ ଧରି ବେଶି ବିକ୍ରି ହେଉଥିବା ଦୁଇଚକିଆ ଯାନ ହୋଇ ରହିଛି। ବିଶେଷକରି ଆମ ଗ୍ରାହକଙ୍କ ପରିବର୍ତ୍ତିତ ଆଶାକୁ ପୂରଣ କରିବା ଲାଗି ଏହା ବିଭିନ୍ନ ରୂପ ଧାରଣ କରିଛି। ସେହିଭଳି ଆମେ ଓବିଡି ୨ ନିୟମ ପାଳନ କରୁଥିବା ଆକ୍ଟିଭା ୨୦୨୩ କୁ ଉନ୍ମୋଚନ କରିଛୁ। ଯେଉଁଥିରେ ଏହି ବର୍ଗର ବହୁ ପ୍ରଥମ ଧରଣର ସୁବିଧା ସୁଯୋଗ ରହିଛି, ଯାହା ଗ୍ରାହକମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ଅପରେଟିଂ ଅଫିସର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ପ୍ରଯୁକ୍ତିରେ ଅଗ୍ରଦୂତ ହୋଇଥିବାରୁ ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନରେ ସୁବିଧା ଓ ଆରାମ ପ୍ରଦାନ କରି ଏଚ୍‌ଏମ୍‌ଏସ୍‌ଆଇ ସେମାନଙ୍କୁ ଉଲ୍ଲସିତ କରାଇଛି। ଏପରିକି ଅତୀତରେ ମଧ୍ୟ ଏହାର ଉପତ୍ାଦରେ ବହୁ ପ୍ରଯୁକ୍ତିଭିତ୍ତିକ ନବସୃଜନ ଯଥା ଏନ୍‌ହାନସ୍‌ଡ ସ୍ମାର୍ଟ ପାୱାର (ଇଏସ୍‌ପି) ପ୍ରଯୁକ୍ତି, ଡବଲ୍‌ ଲିଡ୍‌ ଥିବା ବାହ୍ୟ ଇନ୍ଧନ ଟାଙ୍କି ଖୋଲିବା ବ୍ୟବସ୍ଥା ଏବଂ କମ୍ବି ବ୍ରେକ୍‌ ସିଷ୍ଟମ୍‌ ଆଦି ମାନଦଣ୍ଡକୁ ବଢ଼ାଇବ ଲାଗି ଏଚ୍‌ଏମ୍‌ଏସ୍‌ଆଇ ପରିଚିତ ଥିଲା। ସେହିପରି ହୋଣ୍ଡା ୨୦୨୩ରେ ହୋଣ୍ଡା ସ୍ମାର୍ଟ କି’କୁ ନେଇ ଆମେ ଏବେ ପୁଣି ଥରେ ଦୁଇଚକିଆ ଯାନରେ ପ୍ରଥମ ଧରଣର ସୁବିଧା ଆଣିଛୁ।

Share