Categories: ବାଣିଜ୍ୟ

ବଜାରରେ ହୋଣ୍ଡାର ନ୍ୟୁ ଲିଭୋ

ଭୁବନେଶ୍ୱର,୨୩।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ନ୍ୟୁ ଲିଭୋ-୨୦୨୩’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସୁମି ଓଟାନି କହିଛନ୍ତି, ହୋଣ୍ଡା ଲିଭୋକୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ। ସେହିଭଳି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ଲିଭୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ଆନନ୍ଦତି। ଓବିଡି୨ ନିୟମ ଅନୁସାରେ ଏହାର ଶୁଭାରମ୍ଭ କରାଯାଇଥିବାରୁ ବ୍ରାଣ୍ଡ୍‌ର ଅଭିଳାଷକୁ ଆମେ ଆହୁରି ବଢ଼ାଇପାରିଛୁ। ବିଶେଷକରି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ୨୦୨୩ ହୋଣ୍ଡା ଲିଭୋକୁ ଉନ୍ମୋଚନ କରୁଛୁ, ଏହାର ଷ୍ଟାଇଲ, ଆରାମ ଓ ପ୍ରଦର୍ଶନ ଏକ ଉପଯୁକ୍ତ ସମ୍ମିଶ୍ରଣରେ ଏହା ପରିଣତ ହୋଇଛି, ଯାହା ଆଧୁନିକ ଯୁଗର ଚାଳକଙ୍କ ଆବଶ୍ୟକତା ପୂରଣ କରୁଛି। ସେହିପରି ନୂଆ ୨୦୨୩ ଲିଭୋରେ ୧୧୦ ସିସିର ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ସହିତ ଇଏସ୍‌ପି ଓ ଟ୍ୟୁବ୍‌ ବିହୀନ ଟାୟାର ଆଦି ରହିଛି। ବିଶେଷକରି ଆରାମ ଦୃଷ୍ଟିରୁ ସେଥିରେ ଡିସି ହେଡ୍‌ଲ୍ୟାମ୍ପ୍‌, ସମନ୍ବିତ ଇଞ୍ଜିନ ଷ୍ଟାର୍ଟ-ଷ୍ଟପ୍‌ ସ୍ବିଚ୍‌, ଟାଙ୍କି ଓ ସିଟ୍‌ର ସମ୍ପୂର୍ଣ୍ଣ ସମନ୍ବୟ, ଅଧିକ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ, ୫ ସୋପାନ ଆଡଜଷ୍ଟ୍‌ ହୋଇପାରୁଥିବା ପଛ ସସ୍‌ପେନ୍‌ସନ୍‌, ସର୍ଭିସ୍‌ ବିଷୟରେ ଜଣାଇବା ଲାଗି ଇଣ୍ଡିକେଟର ଓ ଇକ୍ୱିଲାଇଜର ସହିତ କମ୍ବିଂ ବ୍ରେକ୍‌ ବ୍ୟବସ୍ଥା ରହିଛି। ଉକ୍ତ ମଡେଲ ଆଥଲେଟିଭ୍‌ ବ୍ଲୁ ମେଟାଲିକ୍‌, ମ୍ୟାଟ୍‌ କ୍ରସ୍‌ ମେଟାଲିକ୍‌ ଓ କଳା ରଙ୍ଗରେ ଉପଲବ୍ଧ।

Share