Categories: ବାଣିଜ୍ୟ

ହୋଣ୍ଡାର ନ୍ୟୁ ଏସ୍‌ପି ୧୬୦ ଉନ୍ମୋଚିତ

ଭୁବନେଶ୍ୱର,୯।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ଏସ୍‌ପି୧୬୦କୁ ମଙ୍ଗଳବାର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନରେ ପହଞ୍ଚତ୍ାଇବା ପାଇଁ ଉକ୍ତ ମଡେଲର ପ୍ରସ୍ତୁତ କରାଯାଇଛି। ଏପରିକି ଉକ୍ତ ମଡେଲକୁ ସ୍ପୋର୍ଟି, ଆକର୍ଷଣୀୟ ଓ ଷ୍ଟାଇଲିଶ୍‌ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ବର୍ତ୍ତମାନ ଆମେ ବିଶ୍ୱାସର ସହ ଭବିଷ୍ୟତକୁ ଅଗ୍ରସର ହେଉଛି। ଏପରିକି ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନ ଉପରକୁ ନେବା ସହ ନ୍ୟୁ ଏସ୍‌ପି ୧୬୦କୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏସ୍‌ପି ବ୍ରାଣ୍ଡ୍‌ର ଶୁଭାରମ୍ଭ ପରଠାରୁ ଏସ୍‌ପି ବ୍ରାଣ୍ଡ୍‌ ୧୨୫ ସିସି ମୋଟରସାଇକେଲ ବର୍ଗରେ ବିପ୍ଳବ ଆଣିବା ସହ ପ୍ରଯୁକ୍ତି, ଷ୍ଟାଇଲ ଓ ପ୍ରଦର୍ଶନରେ ଅତୁଳନୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଛି। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ସ୍ପୋର୍ଟିନେସ୍‌ ଓ ୟୁଟିଲିଟିର ଉପଯୁକ୍ତ ମିଶ୍ରଣ ଚାହୁଁଥିବା ଯୁବ ମୋଟରସାଇକେଲ୍‌ ଉତ୍ସାହୀଙ୍କ ଅଭିଳାଷରୁ ନୂଆ ଏସ୍‌ପି ୧୬୦ ଅନୁପ୍ରାଣିତ କରିବ।
ସେହିପରି ସିଙ୍ଗଲ ଡିସ୍କ ଓ ଡୁଆଲ୍‌ ଡିସ୍କ ବିକଳ୍ପରେ ଉପଲବ୍ଧ ଏସ୍‌ପି ୧୬୦ର ଏକ୍ସ ଶୋ’ରୁମ୍‌ (ନୂଆଦିଲ୍ଲୀ) ମୂଲ୍ୟ ଯଥାକ୍ରମେ ୧,୧୭,୫୦୦ ଟଙ୍କା ଏବଂ ୧,୨୧,୯୦୦ ଟଙ୍କା ରହିଛି। ଉକ୍ତ ମଡେଲ ମ୍ୟାଟ୍‌ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ା, ମ୍ୟାଟ୍‌ ଡାର୍କ ବ୍ଲୁ ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍‌ ରେଡ୍‌, ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌ ଏବଂ ପର୍ଲ ଡିପ୍‌ ଗ୍ରାଉଣ୍ଡ୍‌ ଗ୍ରେ ରଙ୍ଗରେ ଉପଲବ୍ଧ।

Share