ନୂଆଦିଲ୍ଲୀ,୨୪।୭: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୧ ଲକ୍ଷ ୟୁନିଟ ଦୁଇ ଚକିଆ ଯାନ ବିକ୍ରି ମାଇଲଖୁଣ୍ଟ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଭାବେ ହୋଣ୍ଡା ବିଏସ୍-୬ ବଜାରରେ ଲାଗୁ ହେବାର ଛଅ ମାସ ଆଗରୁ ଏହାର ବିଭିନ୍ନ ମଡେଲ ଶୁଭାରମ୍ଭ କରିଥିଲା। ୨୦୧୯ ସେପ୍ଟେମ୍ବରରେ କମ୍ପାନୀ ଆକ୍ଟିଭା ୧୨୫କୁ ବଜାରକୁ ଛାଡିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷରେ ହୋଣ୍ଡା ୬.୫ ଲକ୍ଷ ୟୁନିଟ ବିଏସ୍-୬ ଯାନ ବିକ୍ରି କରିଛି। ଏହା ଇଣ୍ଡଷ୍ଟ୍ରିରେ ସର୍ବାଧିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସୁଦ୍ଧା କମ୍ପାନୀର ବିଏସ୍-୬ ଯାନ ବିକ୍ରି ୧୧ ଲକ୍ଷ ୟୁନିଟ ଟପିଛି। ନୂଆ ମାନକଯୁକ୍ତ ଯାନକୁ ଗ୍ରାହକ ବେଶ ପସନ୍ଦ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବିଶ୍ୱ ସ୍ତରୀୟ ପେଟେଣ୍ଟର ଟେକ୍ନୋଲୋଜି, ଫାଷ୍ଟ ଇନ କ୍ଲାସ ଫିଚର, ଷ୍ଟାଇଲ ଏବଂ ସୁବିଧା ସହ ଅନ୍ୟ ବୈଶିଷ୍ଟ୍ୟ ଗ୍ରାହକ ଲାଭ କରିପାରିବେ। ଏହି ପରିପ୍ରେକ୍ଷୀରେ କମ୍ପାନୀର ସେଲ୍ସ ମାର୍କେଟିଂ ନିର୍ଦ୍ଦେଶକ ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ଏଭଳି ବିକ୍ରି ସଫଳତାକୁ ନେଇ ଅତ୍ୟନ୍ତ ଖୁସି। ଗ୍ରାହକଙ୍କୁ ଚାହିଦାକୁ କମ୍ପାନୀ ସର୍ବଦା ଅଗ୍ରାଧିକାର ଦେଇ ଆସିଛି। ଏହି ଧାରାକୁ ବଜାୟ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ ଧ୍ୟାନ ଦିଆଯାଉଛି।