Categories: ବାଣିଜ୍ୟ

ହୋଣ୍ଡା ପକ୍ଷରୁ ୨ଲକ୍ଷ ଲୋକଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର,୪।୧୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସାରା ଦେଶରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରାଯାଇଛି। କମ୍ପାନୀ ଏହାର ଡିଜିଟାଲ ସଡ଼କ ସୁରକ୍ଷା ଅଭିଯାନ ‘ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୁଳ’ ଜରିଆରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ସଡ଼କରେ କିଭଳି ସୁରକ୍ଷିତ ରହି ହେବ ସେ ବିଷୟରେ ବିସ୍ତୃତ ଭାବରେ ସମସ୍ତଙ୍କୁ ଅବଗତ କରାଯାଇଛି। ଏହି ଅଭିଯାନରେ ୫ ବର୍ଷର ଶିଶୁ, ୧୮ ବର୍ଷୀୟ ଲାଇସେନ୍ସ ଆବେଦନକାରୀ, ୩୦ ବର୍ଷୀୟ ଗୃହିଣୀ ଓ କର୍ପୋରେଟ କର୍ମଚାରୀ ଏବଂ ଉତ୍ସାହୀ ୨ଚକିଆ ଚାଳକଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ବିଷୟ ଉପରେ ଅବଗତ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବ୍ରାଣ୍ଡ ଆଣ୍ଡ କମ୍ୟୁନିକେଶନ ବରିଷ୍ଠ ଉପସଭାପତି, ପ୍ରଭୁ ନାଗରାଜ କହିଛନ୍ତି, ହୋଣ୍ଡା ପାଇଁ ସଡ଼କ ସୁରକ୍ଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

Share