Categories: ବାଣିଜ୍ୟ

ଜାନୁଆରୀରେ ହୋଣ୍ଡାର ୪,୧୯,୩୯୫ ୟୁନିଟ୍‌ ବିକ୍ରି

ଭୁବନେଶ୍ୱର, ୩।୨: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍‌ ଯାନ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ଦେଶ ଭିତରେ (ଘରୋଇ ବିକ୍ରି) ମୋଟ ୩,୮୨,୫୧୨ ୟୁନିଟ୍‌ ଯାନ ବିକ୍ରି କରିଥିବା ବେଳେ ୩୬,୮୮୩ ଗାଡ଼ି ଯାନ ଜାନୁଆରୀରେ ରପ୍ତାନି କରିଛି। ସେହିଭଳି ୨୦୨୩ ଜାନୁଆରୀ ତୁଳନାରେ କମ୍ପାନୀ ପ୍ରାୟ ୩୮% ଘରୋଇ ସେଲ୍‌ ଏବଂ ରପ୍ତାନିରେ ୧୦୨% ବୃଦ୍ଧି ହାସଲ କରିଛି। ସେହିପରି ୨୦୨୪ ଜାନୁଆରୀରେ କମ୍ପାନୀ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧୀନରେ ଗୁଜରାଟର ବିଠଲପୁରଠାରେ ଥିବା ହୋଣ୍ଡାର ୪ର୍ଥ ଦୁଇଚକିଆ ପ୍ଲାଣ୍ଟ (କାରଖାନା)ର ତୃତୀୟ ଆସେମ୍ବ୍ଲି ଲାଇନ୍‌କୁ ମଧ୍ୟ ଆରମ୍ଭ ସହ କାରଖାନାର ଉପତ୍ାଦନ କ୍ଷମତା ୬.୫ ଲକ୍ଷ୍ୟକୁ ବୃଦ୍ଧି ପାଇଛି।

Share