ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସ୍ିଆଇଏଲ୍) ପକ୍ଷରୁ ୨୦୨୩ ମେ ମାସର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ’ ମାସରେ କମ୍ପାନୀ ଘରୋଇ ବଜାରରେ ମୋଟ ୪,୬୬୦ୟୁନିଟ ଗାଡ଼ି ବିକ୍ରି କରିଥିଲା ବେଳେ ୫୮୭ ୟୁନିଟ୍ ଗାଡ଼ି ରପ୍ତାନି କରିଛି। ଅପରପକ୍ଷରେ ୨୦୨୨ ମେ ମାସରେ କମ୍ପାନୀ ଘରୋଇ ବଜାରରେ ମୋଟ ୮,୧୮୮ ୟୁନିଟ୍ ଗାଡ଼ି ବିକ୍ରି କରିଥିବାବେଳେ ୧,୯୯୭ ୟୁନିଟ୍ ରପ୍ତାନି କରିଥିଲା।
ଏ ସମ୍ପର୍କରେ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର୍ ନିଦ୍ଦେର୍ଶକ (ମାର୍କେଟିଙ୍ଗ ଏବଂ ସେଲ୍ସ) ୟୁଇଚି ମୁରାତା କହିଛନ୍ତି , ଚଳିତ ବର୍ଷ ମେ’ ମାସରେ କମ୍ପାନୀର ବିକ୍ରି ଫଳାଫଳ ଗତ ବର୍ଷର ସମାନ ଅବଧି ଠାରୁ କମ୍ ରହିଛି। ଏପରିକି ହୋଣ୍ଡାର ଆମେଜ ଏବଂ ସିଟି ଭଳି ପ୍ରମୁଖ ମଡେଲର ଉନ୍ନତ ପ୍ରଦର୍ଶନ ଆଶାନୁରୂପ ଭାବେ ଜାରି ରହିଛି। ଫଳରେ କ୍ରମାଗତ ଭାବେ ଆମେ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛୁ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।