Categories: ବାଣିଜ୍ୟ

ଜୁଲାଇରେ ହୋଣ୍ଡାର ୪୮୬୪ ୟୁନିଟ୍‌ ଘରୋଇ ଯାନ ବିକ୍ରି

ଭୁବନେଶ୍ୱର,୩।୮: ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ପକ୍ଷରୁ ୨୦୨୩ ଜୁଲାଇର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୩ ଜୁଲାଇରେ କମ୍ପାନୀ ୪୮୬୪ ୟୁନିଟ୍‌ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୧୧୧୨ ୟୁନିଟ୍‌ ଯାନ ରପ୍ତାନି କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ ଜୁଲାଇରେ କମ୍ପାନୀ ୬୭୮୪ ୟୁନିଟ୍‌ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୨୧୦୪ ୟୁନିଟ୍‌ ଯାନ ରପ୍ତାନି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ ନିର୍ଦ୍ଦେଶକ (ବିକ୍ରି ଏବଂ ବିପଣନ) ୟୁଚିଚୀ ମୁରତା କହିଛନ୍ତି, ଆମେ ବର୍ତ୍ତମାନ ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତା ପୂରଣକୁ ଗୁରୁତ୍ୱ ଦେଉଛୁ। ଏପରିକି ଆକର ହୋଣ୍ଡା ସିଟି ଏବଂ ହୋଣ୍ଡା ଆମେଜ ବଜାରରେ ଭଲ ଫଳାଫଳ ସହ ଗ୍ରାହକ ପସନ୍ଦର ଯାନ ପାଲିଟିଛି। ଆଗାମୀ ଦିନରେ ମଧ୍ୟ କାରବାରରେ ବଡ଼ ପରିବର୍ତ୍ତନ ହେବାକୁ ଥିବାବେଳେ କମ୍ପାନୀର ନୂଆ ଏଲଭେଟ ମଧ୍ୟ ଗ୍ରାହକଙ୍କର ପସନ୍ଦର ଯାନ ପାଲଟିବ ବୋଲି ଆଶା କରାଯାଉଛି।

Share