Categories: ବାଣିଜ୍ୟ

ଏପ୍ରିଲରେ ୫,୩୧୩ ୟୁନିଟ୍‌ ବିକିଲା ହୋଣ୍ଡା

ନୂଆଦିଲ୍ଲୀ,୬ା୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସର ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଏପ୍ରିଲ ମାସରେ କମ୍ପାନୀ ଘରୋଇ ବଜାରରେ ମୋଟ ୫,୩୧୩ ୟୁନିଟ୍‌ କାର୍‌ ବିକ୍ରି କରିଥିବା ବେଳେ ୨୩୬୩ ୟୁନିଟ୍‌ ଗାଡ଼ି ରପ୍ତାନି କରିଛି। ସେହିଭଳି ୨୦୨୨ ଏପ୍ରିଲରେ କମ୍ପାନୀ ଘରୋଇ ବଜାରରେ ମୋଟ ୭,୮୭୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିବାବେଳେ ୨୦୪୨ ୟୁନିଟ୍‌ ଗାଡି ରପ୍ତାନି କରିଥିଲା। ଏହି ପରିପ୍ରେକ୍ଷୀରେ ଏଚ୍‌ସିଆଇଏଲ୍‌ ନିଦ୍ଦେର୍ଶକ (ମାକେର୍ଟ ଏବଂ ସେଲ୍‌ସ ) ୟୁଇଚି ମୁରାଟା କହିଛନ୍ତି, ଚଳିତ ବର୍ଷ ଏପ୍ରଲି ମାସରେ ଆମର ବିକ୍ରି ଫଳାଫଳ ବେଶ୍‌ ଭଲି ରହିଛି। ଏପରିକି କମ୍ପାନୀର ଯୋଜନା ମୁତାବକ କାର୍ଯ୍ୟ ଜାରି ରିହିଛି।

Share